Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Banali Dash

Others

3  

Banali Dash

Others

ନୂଆ ବରଷ

ନୂଆ ବରଷ

1 min
168



ବେଳେବେଳେ ଫାଙ୍କା ଲାଗେ ସକାଳ ଓ ସନ୍ଧ୍ୟା,

ବିତିଯାଏ କେମିତି କେମିତି

ପୁଣି କେବେ ମଧ୍ୟାହ୍ନ ର ତତଲା ବାଲି ରେ ଯେମିତି,

କିଏ ପାଦ ଚିହ୍ନ ଟେ ରଚିଛି।

କୋଳାହଳ ର ପ୍ରତିଧ୍ଵନି କିଳାକବାଟ କୁ

କେତେ ଯେ ଥର ଖୋଲିଛି,

ପୁଣି କେବେ ନିରାଶା ରେ ସିକୁଳି ଦେଇ ଫେରିଛି।

ଅନେକ ପାଦ ଅନେକ ଥର ଏଇଠି ଏକାଠି ହେଇଛନ୍ତି,

ଅଲଗା ହୋଇ ପୁଣି ନିଜ ବାଟେ ବାହାରି ପଡିଛନ୍ତି।

କେହି କାହାରିକୁ ନକହି ବି ଆସିବି ବୋଲି,

ପାଦ ପୁଣି ପାଦକୁ ଅଚିରେ ଅପେକ୍ଷା କରିଛି।

ପୁଣି କେବେ ବ୍ୟସ୍ତତା ରେ ହଜିଯାଇ

ପାଦ ମାନଙ୍କୁ ଆଡପଟିଆ କରି,

ନିଜ କାମେ ଲାଗି ପଡିଛି।

ଏଇ ପାଦମାନେ କେତେ ଯେ ଥର ନିଦ ଭାଙ୍ଗିଛନ୍ତି,

ଆଉ କେବେ ଆଶ୍ଚର୍ଯ୍ୟେ ଅଭିଭୂତ କରି

ଖୁସି ମୁଠେ ବାଢିଛନ୍ତି।

ନ ଆଶା କରି ବି କେତେଥର ବହୁତ କିଛି ଦେଇଛନ୍ତି,

ଆଉ ସମ୍ପର୍କର ସେତୂବନ୍ଧଟେ ବାନ୍ଧି

ନୂଆ ଗୋଟାଏ ସମ୍ପର୍କର ମୂର୍ତ୍ତୀ ଟେ ଗଢ଼ିଛନ୍ତି।

ଏଇମିତି ପଡିଚାଲିଥାଅ ତୁମେ ପାଦ ମାନେ,

ଅଦମ୍ୟ ଉସ୍ଛାହେ-ଆସନ୍ତା କାଲି ର ସମ୍ଭାବନା ନେଇ

ଆଜିକୁ ମନେମନେ ମଜେଇ।

ଇଚ୍ଛା ସବୁ ପୂର୍ଣ୍ଣ କରନ୍ତୁ ଈଶ୍ୱର' ବିନା ଦ୍ବିଧାରେ,

କଳ୍ପନା ସବୁକୁ ଆଗକୁ ବଢେଇ;

ନୂଆବରଷ ଜାଳୁ ସଭିଙ୍କ ମନେ

ଅନେକ ଅନେକ ସମ୍ଭାବନା ର ଉଜ୍ଜ୍ୱଳ ଦୀପାଳି ।


Rate this content
Log in