Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binay Mohapatra

Romance

2  

Binay Mohapatra

Romance

ତୁମର କି ମନେଅଛି?

ତୁମର କି ମନେଅଛି?

1 min
1.2K


ମୋର ତ ମନେ ନାହିଁ,

ଗଲା ଜନ୍ମରେ

କ’ଣ ହେଲା ବା ନହେଲା,

ତୁମର ଯଦି ମନେଅଛି, କହିବକି

ଆମର ମିଳନ ହେଲା ନା’

କେଦାର ଗୌରୀଙ୍କ ପରି ବିଚ୍ଛେଦ ?

ମୋର ତ କିଛି ମନେନାହିଁ

ଯଦି ତୁମର ମନେପଡେ

ସବୁ କଥା ଖୋଲି କହିବ କି ?

ମୋତେ ଲାଗେ, ବୋଧହୁଏ

ଆମେ ହୀର ରାଞ୍ଝା ଅବା

ଲୈଲା ମଜନୁ ହିଁ ଥିଲେ ।

ଆମେ ଯଦି ମିଳି ଥାଆନ୍ତେ ଥରେ,

ହୁଏତ ମନ ଭରିଯାଇ ଥାଆନ୍ତା,

ଗୋଟିଏ ଜନ୍ମର ପ୍ରେମରେ,

ଆଉ ଆଜି ତୁମକୁ ଦେଖି

ଏପରି ବା କାହିଁକି ଲାଗନ୍ତା ?

ଆମେ ପ୍ରେମୀ ଥିଲେ

କି’ ନଥିଲେ ଜାଣେନା,

କିନ୍ତୁ ଏମିତି କାହିଁକି ଲାଗେ,

ମୁଁ ତୁମକୁ ଚିହ୍ନିଛି

କେତେ ଯେ ବରଷ ଆଗରୁ ।

ବରଷ ନୁହେଁ ଗୋ,

ଜାଣିଛି ତୁମକୁ ସତେ,

ସାତ ଜନମରୁ ।

ତୁମେ କିବା ବିଶ୍ୱାସ କର

ଜନ୍ମ ଜନ୍ମାନ୍ତର କଥା ?

ମୁଁ ତ କରେନି, ହେଲେ

ତୁମକୁ ଦେଖିଲା ପରଠୁ,

ଜନ୍ମ ଜନ୍ମାନ୍ତର କଥାରେ

ବିଶ୍ୱାସ କରିବାକୁ ମନହୁଏ ।

ମୋର ତ କିଛି ମନେନାହିଁ,

ଯଦି ତୁମ ମନେଅଛି,

ସବୁ କିଛି ଖୋଲି କହିଦିଅ !

ତୁମକୁ ଦେଖିଲା ପରଠୁ

ଯେମିତିି ଲାଗୁଛି ମୋତେ

ତୁମକୁ କି ଲାଗୁଛି ସେମିତି ?

ଟିକିନିଖି ମନକଥା ତୁମ,

ଖୋଲି କହି ଦିଅ ସତେ ।

ପ୍ରେମ କେବେ ଲୁଚି ତ ପାରେନା,

ବନ୍ଦ ହୃଦୟର ସିନ୍ଦୁକ ଭିତରେ,

ତୁମ ମନକଥା, ତୁମ ଆଖି ଖୋଲି କହିଦିଏ,

ହେଲେ, ତଥାପି କାହିଁକି ତୁମେ

ମୋ ଠାରୁ ଏଇମିତି, ରୁହ ଦୂରେ ଦୂରେ !


***$***


Rate this content
Log in

Similar oriya poem from Romance