Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Pradesh Kumar Pradhan

Others

1.7  

Pradesh Kumar Pradhan

Others

ସତ୍ୟର ସନ୍ଧାନେ

ସତ୍ୟର ସନ୍ଧାନେ

1 min
13K


 

ସତ୍ୟର ସନ୍ଧାନେ
ସେ ଆସେ
ସେ ଆସେ ନିଶବ୍ଦ ରାତ୍ରିର
ଘନ ଅନ୍ଧକାରେ,
ସେ ଆସେ ସ୍ମୃତିର ଉଲ୍ଲସିତ
ଆନନ୍ଦ ଦିନରେ,,
ମୁଁ କରେ ଅନୁଭବ ତା’ର ଉପସ୍ଥିତି
ଏକାନ୍ତ ଯନ୍ତ୍ରଣା ମୂହୁର୍ତ୍ତରେ ,
ମୁଁ କରେ ପ୍ରାପ୍ତ ଶକ୍ତି
ତା’ର ଶୀତଳ ସ୍ପର୍ଷରେ .
ମୁଁ ଶୁଣେ ତା’ର ନିଶବ୍ଦ ପଦ ଧ୍ୱନୀ
ପ୍ରତି ପ୍ରଶ୍ୱାସରେ ,
ପ୍ରାରବ୍ଧରେ, ବର୍ତ୍ତମାନର ସମୟ ଚକ୍ରରେ .,
ଲୁହର ପ୍ରତି ବିନ୍ଦୁ ଆଜି ମାଗେ
ଲାଭ କ୍ଷତିର ହିସାବ,
କେତେ ମୁଁ ପାଇଛି , କେତେ ହରାଇଛି
ତା’ର ବିରହେ ରହି ନିରବ. ,
ସାଗର ବେଳାର ବାଲୁକା ଶଯ୍ୟା
ଦିଏ କେବେ କେବେ
ମୋତେ ଶୂନ୍ୟ ଅଭିଶାପ ,
ପୂର୍ଣ୍ଣତାର ସ୍ୱପ୍ନେ ଲଭିଛି
ପ୍ରତି କ୍ଷଣେ କୋଟି କୋଟି ପାପ , ,
ଚକ୍ଷୁ ହୁଏ ମୁଦି୍ରତ
ଶରୀରରେ ସୃଷ୍ଟି ହୁଏ ଶିହରଣ
ଆଜି ତା’ର ପାଇଁ ,
ଅଭୁଲା ଅତୀତ ଅଟେ ସେ ମୋର
ହୁଏ ବାଉଳା ତା’ର ନାମ ଗାଇ ଗାଇ , ,
ମାୟା ବନ୍ଧନରେ ବନ୍ଦୀ ଏ ଅନ୍ଧାରି ଜୀବନ ,
ହୃଦୟ ମୋ କୋଟି ସୂର୍ଯ୍ୟ ହୁଏ ପ୍ରାପ୍ତ
ପାଇ ତା’ର ଦରଶନ ,
ଶ୍ୱାସ ହୁଏ ରୁଦ୍ଧ
ନିର୍ଗତ ହୁଏ ଚତୁର୍ଦ୍ଦିଗୁ ଅଣଚାଶ ପବନ , , ,
ଖଣ୍ଡ ବିଖଣ୍ଡିତ ହୁଏ ବଂଶୀ
ଶୁଭେ ନାହିଁ କେବେ ଆଉ
ଅବିରତ ବାଜୁଥିବା ବଂଶୀ ସ୍ୱନ . , ,
ତୁମ ଇଚ୍ଛା ପୂର୍ଣ୍ଣ ହେଉ ହେ ନାରାୟଣ !


Rate this content
Log in