Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanta Bhunya

Inspirational

3  

Prasanta Bhunya

Inspirational

ଚୁପ୍‌

ଚୁପ୍‌

1 min
6.6K


 ଚୁପ୍‌…କବିତା ଲେଖା ଚାଲିଛି…!

ଲାପ୍‌ଟପ୍‌ର ଉଜ୍ଜଳ ପରଦାରେ

ୟୁନିକୋଡ ଆଉ ଆଣ୍ଡ୍ରଏଡ୍‌ର ମେଳରେ

ଶହଶହ ଲାଇକ୍‌ ଆଉ କମେଣ୍ଟ୍‌ ଆଳରେ

ଶବ୍ଦ ସବୁ ଆଉ ବ୍ୟାକରଣ ତେଣୁ ଚୁପ୍‌

ଚୁପ୍‌…କବିତା ଲେଖା ଚାଲିଛି…!

କବି ଏବେ ଖୋଜୁଛି ଶବ୍ଦସବୁ

ଅଣ୍ଡାଳି ଚିପୁଡ଼ି ନିଗାଡ଼ି ଫୋପାଡ଼ୁଛି

ଶବ୍ଦକୋଷର ନିବୁଜ ପୃଷ୍ଠାକୁ

ତା’ପାଇଁ ବାସି ଅଦରକାରୀ ଶବ୍ଦ ସବୁ

ଚୁପ୍‌…କବିତା ଲେଖା ଚାଲିଛି…!

ଆଞ୍ଜୁଳାଏ ଶବ୍ଦରେ ତ ଏବେ

ସାହିତ୍ୟ ମଞ୍ଚ ଓ ପତ୍ରପତ୍ରିକା ଭର୍ତ୍ତି

କୋଳାହଳ ଆଉ ସାକ୍ଷାତକାରରେ

କବି ଝାଳନାଳ ହେଲେବି ଖୁସ୍‌ମିଜାଜ

ଚୁପ୍‌…କବିତା ଲେଖା ଚାଲିଛି…!

ମାନପତ୍ର ପାଇଁ ଖୋଜା ଚାଲିଛି ଚିହ୍ନାମୁହଁ

ଏକାଡେମୀ ସମ୍ପାଦକ ଆଉ ଘୋଡ଼ାବେପାର

କବିର କଲମର ସ୍ୟାହି ଏବେ ଶୁଷ୍କ

ଟିପିବାରେ ହିଁ ତ କବିତାର ଜନ୍ମ

ଚୁପ୍‌…କବିତା ଲେଖା ଚାଲିଛି…!

ଜମି ହଡ଼ପ ହେଲା ଭଳି ଲୁଟି ହେଉଛି କବିତା

କବିତାର ଶେଷରେ ଲିଭାପୋଛା ନାଁ ଶହେ

କାଳିଦାସ ଉପଇନ୍ଦ୍ର ଆନ୍ନାମୟାର ଉପସ୍ଥିତି ଏଣୁ

ଗାଁ ଗଣ୍ଡା ସହର ନଗର ଗଳିରେ

ଚୁପ୍‌…କବିତା ଲେଖା ଚାଲିଛି…!

ସବୁ ଦୃଶ୍ୟ ଏବେ କବିତା କବିତା

କବିତା କବିତା ସମ୍ପର୍କ ସବୁ ଯେତେ

କବିତା ଖୋଜୁଛି ତନ୍ନତନ୍ନ କରି ମଣିଷଟିଏ

ଶତାବ୍ଦୀର ଆଠବାଙ୍କି ଓ’ଅନ୍ଧଗଳିରେ||

-ପ୍ରଭୂ


Rate this content
Log in