ଜୀବନ ଗୀତା- ୪୪
ଜୀବନ ଗୀତା- ୪୪
1 min
13.7K
ଜୀବନ ଗୀତା- ୪୪
ଏଇ ଜୀବନ ତ ଏକ ଗାଡି
ପଥେ ଧାଉଁଧାଉଁ
ଛାଡିଯାଏ କେତେ ଛକ,ଭିଡ,ମୋଡ
ଖାଲି ଧାଉଁଥାଏ ଲାଗିପଡି ॥୦॥
କେଉଁଠି ଅଟକେ ଦଣ୍ଡେ ପହରେ
ପୁଣି ଧାଉଁଥାଏ କାହା ମୋହରେ
ପଥେ ଧାଉଁଧାଉଁ
ଛାଡିଯାଏ କେତେ ନଈ,ନାଳ,ବିଲ
ଖାଲି ଧାଉଁଥାଏ ଉଠିପଡି ॥୧॥
କେତେ ଯେ ରକତ ଝରଇ ପଥେ
ଆଖିଲୁହ ପିଇଯାଏ ସେ ଓଠେ
ପଥେ ଧାଉଁଧାଉଁ
ଛାଡିଯାଏ କେତେ ଛବି,ଚିଠି,ସ୍ମୃତି
ଖାଲି ଧାଏଁ ଧୂଆଁ ଛାଡି ॥୨॥