Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Hrushikesh Satpathy

Others

2  

Hrushikesh Satpathy

Others

ଗୌରବର ମହା ମୋକ୍ଷ ୨୦୧୯

ଗୌରବର ମହା ମୋକ୍ଷ ୨୦୧୯

1 min
167


ଛଅଟି ଋତୁକୁ ଋତୁପର୍ଣ୍ଣା କରି
ବରଷ ଅଠର
ବିଦାୟ ନେଉଛି ଆଜି ।

ବର୍ଷ ଉଣେଇଶି ଦାଣ୍ଡ ଅଗଣାରେ
କଅଁଳ କଣ୍ଠରେ
ଡାକୁଛି ସୁରଭି ସାଜି ।

ପାର୍ଥିବ ସହିତ ଅପାର୍ଥିବ କେତେ
ଦୁଃଖ ଆଉ ସୁଖ
ଘଟଣା ପ୍ରମୁଖ ଯୋଡି ।

ବିଦାୟ ନେଉଛି ବରଷ ଅଠର
ଅଙ୍ଗେ ଅଙ୍ଗେ ତା'ର
ଅସ୍ତ ଅନୁଭୂତି ଛାଡି ।

ବିଦାୟୀ ବର୍ଷର ବିଦାୟ ଶୋକରେ
ସ୍ଥାବର ଜଙ୍ଘମ
ବ୍ୟଥିତ,ବେଦନାସିକ୍ତ ।

ନୂଆ ବରଷ ବି ପାଦ ଥାପିଲାଣି
ପୁରେ ପୁରେ ଶୁଭେ
ହସରୋଳ ଅବିରତ ।

ବିଦାୟୀ ବନ୍ଧୁର ବିଦାୟ ଦୁଃଖରୁ
ବଳି ପଡୁଅଛି
ଆଗମନର ଉତ୍କଣ୍ଠା ।

ଆଗନ୍ତୁକ ସାଜି ବର୍ଷ ଉଣେଇଶି
ସହରେ ବଜାରେ
ଖୋଜୁଛି ନିଜ ପ୍ରତିଷ୍ଠା ।

ହେ ବର୍ଷ ପ୍ରବର ପ୍ରବୀଣ ପ୍ରଖର
ତୀବ୍ର ତେଜସ୍ୱିନୀ
ଦୀପ୍ତିମନ୍ତ ରୂପ ନେଇ ।

ପୁରେ ପୁରେ ଦିଅ ସୁଖ ଶାନ୍ତି ପ୍ରୀତି
ପ୍ରେରଣା ଉଲ୍ଲାସେ
ପ୍ରଗତିର ଗୀତ ଗାଇ ।

ଶ୍ରଦ୍ଧାରେ ଶ୍ରଦ୍ଧାରେ ସ୍ୱାଗତ ସମ୍ଭାରେ
ଖଞ୍ଜିଅଛୁ ଆମେ
ତୁମ ଦିବ୍ୟ ଦରବାର ।

ଅଭିଷିକ୍ତ ହେବ ରାଜ ସିଂହାସନେ
ଏ ତୁମ ସାମ୍ରାଜ୍ୟ
କରିବ ହେ ଅକ୍ତିଆର ।

ମାନସ ମନ୍ଥିବୁ ବକ୍ଷ ରକ୍ତ ଦେବୁ
ଶ୍ରମ ଶକ୍ତି ଦେଇ
ସୂକ୍ଷ୍ମ ଚିନ୍ତାରେ ଚିନ୍ତାରେ ।

ଶିଳ୍ପୀର କୌଶଳେ ରଙ୍ଗ ଭରିଦେବୁ
ଗଢିବୁ ତୁମକୁ
ସୌର୍ଯ୍ୟ ବୀର୍ଯ୍ୟ ବିକ୍ରମରେ ।

ଇତିହାସ ବକ୍ଷୁ ସ୍ବର୍ଣ୍ଣାଭ ସ୍ଵାକ୍ଷର
ସାକ୍ଷୀ ରୂପେ ଆଣି
ସଜେଇବୁ ତୁମ ବକ୍ଷ ।

ତୁମେ ବର୍ତ୍ତମାନ, ସମୟ ମହାନ
ପ୍ରଗତି ମୈଦାନ
ଗୌରବର ମହା ମୋକ୍ଷ ।

ହେ ମାନବ ବନ୍ଧୁ ଅତୀତର କ୍ଷତ
ବାତ୍ୟା ବର୍ବରତା
ସବୁକୁ ପାଶୋରି ଦିଅ ।

ବର୍ତ୍ତମାନ ପାଇଁ ପବିତ୍ରତା ନେଇ
ନବାଗତ ବର୍ଷେ
ନିଜକୁ ନିୟୋଜି ଦିଅ ।

ବରଷ ବାସିବ, ତୁମେ ବି ହସିବ
ଉଲ୍ଲସି ଉଠିବ
ପ୍ରାନ୍ତ ଉପାନ୍ତ ଅଗଣା ।

ସେଇ ହେବ ଆମ ନୂତନ ଆଶାର
ସମ୍ଭ୍ରାନ୍ତ ସମୟ
ଆଭିଜାତ୍ୟର ପ୍ରଗଣା ।


Rate this content
Log in