Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanjit Sahoo

Inspirational

2  

Prasanjit Sahoo

Inspirational

ବରଷାରେ ସଂଜ

ବରଷାରେ ସଂଜ

1 min
6.7K


ଆଜି କାହିଁ ସଂଜଟା ଖୁବ ବେଳାବେଳି 

ପ୍ରଦୋଷର ଜୀବନ ଆଗରୁ 

ଆଉ ଖୋଲିଛି ଅନ୍ଧାରର କାୟା 

ଏଇ ପୋଡ଼ାମୁହିଁ ବରଷାଟା ଯୋଗୁଁ ।

       (2)

ମଣ୍ଡୁକ ଗର୍ଜନରେ ଫାଟୁଛି ଧରଣୀ 

ହେଲେ କାଁ ଭାଁ ଶୁଭୁଛି ମନ୍ଦିର ଆଳତି 

ବାସୁନି ଗାଆଁରେ ଆଜି ସଂଜ ଧୂପ ବାସ

ଶୁଭୁନି ଘଣ୍ଟ କି ଆଉ ମାଦାଳ ଆଭାସ ।

       (3)

ଅଷାଢର ବର୍ଷାରାଣୀ କରୁଛି ବିରୁଦ୍ଧ 

ସଂଜକୁ ଦେଉଛି ପୁଣି କଷଣ ଅନେକ 

ମଥାନତ ହୋଇ ସଂଜ ସହେ ସବୁ କଷ୍ଟ 

ଜାଣେ ସିଏ ବର୍ଷାରାଣୀ ପ୍ରକୃତିର ମିତ୍ର ।

ପ୍ରସନ୍ନଜିତ ସାହୁ, ନାଉଗାଁ, ଜଗତସିଂହପୁର

7377663400


Rate this content
Log in

Similar oriya poem from Inspirational