Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ବି. ନିରୁପମା

Children Inspirational

5.0  

ବି. ନିରୁପମା

Children Inspirational

ଏ ମନ୍ତ୍ରେ ଦୀକ୍ଷିତ ହେବା

ଏ ମନ୍ତ୍ରେ ଦୀକ୍ଷିତ ହେବା

1 min
292


ଆସ ଦେଶବାସୀ ,ଆସ ହେ ପ୍ରବାସୀ

ଏ ମନ୍ତ୍ରେ ଦୀକ୍ଷିତ ହେବା ,

ଗୋଟି ଗୋଟି କରି କୋଟି ହୃଦୟରେ

ଦେଶପ୍ରେମ ଜାଳି ଦେବା ।


ଆମେ ପରା ଏକ ମାଆର ସନ୍ତାନ

ଭାରତୀୟ ଆମ ଜାତି ,

ଏ କଥାଟି ସର୍ବେ କହିବା ଗୌରବେ

ସହାସ୍ୟେ ଫୁଲାଇ ଛାତି ।


କେତେ ଜନମର ପୁଣ୍ୟବଳ ଯୋଗୁଁ

ତା' କୋଳେ ହୋଇଛେଁ ଜାତ ,

ବୀର ପ୍ରସବିନୀ, ବିଶ୍ଵଗୁରୁ ଭାବେ

ସେ ସାରା ଜଗତେ ଖ୍ୟାତ ।


ଧର୍ମ,ରୀତି-ନୀତି,ସଭ୍ୟତା, ସଂସ୍କୃତି

ଯାହାର ଉତ୍କର୍ଷ ସଦା ,

ସେ ଆମ ଜନନୀ,ପୂଜ୍ୟ ମାତୃଭୂମି

ଭୁଲିଯିବା ନାହିଁ କଦା ।


ତା'ର ଉପାଦାନେ ଗଢ଼ା ଏ ଶରୀର

ପାସୋରି ନ ଯିବା ଲବେ ,

ପ୍ରତିଦାନେ ତେଣୁ କରିଯିବା କିଛି

ଯେତେଦିନ ଥିବା ଭବେ ।।


Rate this content
Log in