Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pramila Pati

Others

2  

Pramila Pati

Others

ଶ୍ରାବଣରେ ଶ୍ରାବଣ...

ଶ୍ରାବଣରେ ଶ୍ରାବଣ...

1 min
6.9K


ଶ୍ରାବଣରେ ଶ୍ରାବଣ...

 

ପ୍ରମିଳା ପତି

 

ଶ୍ରାବଣରେ ଶ୍ରାବଣ...

       ପ୍ରେମ ହୁଏ ଦି’ଗୁଣ...

              ତୋ ପରି ସାଥୀଟେ ପାଇ

ମନ ସଙ୍ଗେ ମନକୁ...

       ଦେହ ସଙ୍ଗେ ଦେହକୁ

              ଯୋଡ଼ିଦେଉ

                     କାଉଁରୀ ଛୁଆଁଇ... । ୦ ।

ତତେ ଦେଖି ନୀଳକଇଁ... ମରିଯାଏ ଲାଜେ

କଦମ୍ବ କୁଆଁରୀ ଦେହେ... ଶିହରଣ ଜାଗେ

       ମନ-ବନହଂସୀ ଖୋଜିବୁଲେ ନୂଆ ଠିକଣା

       ଆପଣା ପାଲଟେ ଯିଏ ଥିଲା ଦିନେ ଅଚିହ୍ନା

ଶ୍ରାବଣରେ ଶ୍ରାବଣ... ମତେ କରୁ ଆନମନା

              ମନେ ଅକୁହା

                     କାହାଣୀ ଜଗାଇ... । ୧ ।

ଦେହ-ବନେ ସବୁଜିମା... ତୋ ପରଶ ପାଇ

ହୃଦୟ ଉଛୁଳେ ସତେ... ଜୁଆରିଆ ନଈ

       ମତେ ଲାଗେ... ମୁଁ ଏକ ପିଆସୀ ପ୍ରେମିକ

       ଭଲଲାଗେ ନୀରବତା... ପାଲଟେ ଭାବୁକ

ଶ୍ରାବଣରେ ଶ୍ରାବଣ...ଏତେ ଖିଆଲି ଏ ମନ

              ଚମକଇ ଦେଖି

                     ନିଜେ ନିଜ ଛାଇ... । ୨ ।

 

କାଠଯୋଡ଼ି ରୋଡ୍ (ଘାଟକୂଳ ପାଖ)

ମଧୁପାଟଣା, କଟକ-୭୫୩୦୧୦

ଫୋନ୍-୯୭୭୭୧୮୦୯୪୯

*****


Rate this content
Log in