ଅତିଥି
ଅତିଥି
1 min
7.1K
ଆସିଥିଲ ଝରା ଶେଫାଳିର
ବାସ୍ନା ନେଇ
ମୋ ଭଂଗା କୁଟୀରରେ
ରାତିଟା ପାହିନି
ଚାଲିଗଲ କେଉଁଆଡ଼େ
ପରିଚୟ ବି ମିଳିନି
ରାତିକର ବନ୍ଧୁତାରେ
ଏ ମନ ଜମା ବୁଝୁନି
କିଛି ତ ମିଳିନି
ଅଛି ଯାହା କିଛି ସ୍ମୃତି
ଆଉ ସେ ଝରା ଶେଫାଳିର
ବାଶ ଭରା ରାତି
ତୁମେ ଅଜଣା ଅତିଥି ....!!