ଜୀବନ ଗୀତା-୧୪୫
ଜୀବନ ଗୀତା-୧୪୫
1 min
13.2K
ଜୀବନ ଗୀତା-୧୪୫
ଗୀତା ଷଡ଼ଙ୍ଗୀ
ଜୀବନର ଗୌରବ ଗାଥା
ଲେଖା ହୋଇଅଛି ତହିଁ
ପ୍ରତିଟି ହୃଦୟର କଥା ॥୦॥
ଜୀବନର ଯେତେସବୁ ଛୋଟବଡ଼ ସଂଘର୍ଷ
ବଢ଼ାଇଦିଏ ସିନା ମନରେ ଆତ୍ମବିଶ୍ୱାସ
କେତେ ଆଘାତ କେତେ ବ୍ୟାଘାତ
ଆସି ପୁଣି ଯାଏ ଚାଲି
ଏଇ ତ ଜୀବନର ପ୍ରଥା ॥୧॥
ଜୀବନର ଯେତେସବୁ ସଂକଟ ଓ ଆବେଗ
ଜନ୍ମାଉଥାଏ ମନେ ଅସରନ୍ତି ଭାବାବେଗ
କେତେ ଆହ୍ଲାଦ କେତେ ବିଷାଦ
ଛୁଇଁ ପୁଣି ଯାଏ ଫେରି
ବେଳାକୁ ଉର୍ମିମାଳା ଯଥା ॥୨॥
******