ଜୀବନ ଗୀତା- ୭୮
ଜୀବନ ଗୀତା- ୭୮
1 min
6.7K
ଜୀବନ ଗୀତା- ୭୮
ଜୀବନରେ ଏବେ ଖାଲି
ଆଷାଢର ଅଭିମାନ
ଆଉ ଶ୍ରାବଣର ଲୁହ
ଛାଡି ମୁଁ ଆସିଛି ଯେତେ
ଫୁଲ ଫଗୁଣର ମୋହ ॥୦॥
ମୋ ଦୁଃଖରେ କାଳେ
ଫାଟିଯିବ ମାଟି
ବିଦାବେଳ କଥା
ଭୁଲିବି କେମିତି
ଉପଦେଶ ତୁମ ମୋ ପାଇଁ ନିୟମ
ନିଭାଇଛି ଆଜିଯାଏ
ଚାପିଦେଇ ଯେତେ କୋହ ॥୧॥
ମାୟାର ସଂସାର
ପକାଇଛି ବେଡି
ଲକ୍ଷ୍ମଣରେଖାର
ଗାର ଅଛି ପଡି
ପାରିନି ଛିଡାଇ ପାରିନିବି ଡେଇଁ
ଭାସୁଛି ସଂସାର ସ୍ରୋତେ
ଅସହାୟ କୁଟାଖିଅ ॥୨॥