Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BISWESWAR MAJHI

Fantasy Others

5.0  

BISWESWAR MAJHI

Fantasy Others

କ୍ରିକେଟ୍ ଖେଳ

କ୍ରିକେଟ୍ ଖେଳ

1 min
312


ସବୁ ଖେଳ ଠାରୁ ବଳି ଭିନ୍ନ ଖେଳ ନାମଟି ତାର କ୍ରିକେଟ୍

ଶୁଣିଥିଲି କାହିଁ ମେଷ ପାଳକଙ୍କ ଟାଇମ୍ ପାସ୍ ର ୱିକେଟ୍ ।

ସାହେବ ମାନଙ୍କ ଖେଳ ହେଲା ତାହା ଅବସର ବିନୋଦନ

ଟେଷ୍ଟ ମ୍ୟାଚ୍ ଚାଲେ ସମୟକୁ ଫାଂକି ଦୁଇ ପାଳି ପାଂଚ ଦିନ ।

ସମୟ କ୍ରମରେ ଦିନିକିଆ ହେଲା ପଚାଶ ଓଭର ପାଳି

ଟ୍ୱେନ୍ଟି ଟ୍ୱେନ୍ଟି ଆଜି ସମୟୋପଯୋଗୀ ସ୍ୱଳପ ସମୟ ଖେଳି ।

ତିନି ଅମ୍ପେୟାର ଏଗାର ଖେଳାଳି ବୋଲିଂ ଦଳର ଥିବେ

ବ୍ୟାଟିଂ ଦଳର ଦୁଇ ଜଣ ଦୁଇ କ୍ରିଚ୍ କୁ ଜଗିଥିବେ ।

ଛଅଟି ବିଲ୍ ରେ ଓଭର ଗୋଟିଏ ସାମାନ୍ୟ ବିରାମ ନେଇ

ନୂଆ ବୋଲରଟେ ଆକ୍ରମଣ ପାଇଁ ସଜବାଜ ହୋଇ ଧାଇଁ ।

ବୋଲିଂ ବ୍ୟାଟିଂ ଫିଲଡିଂ ୱିକେଟ୍ ଚୌକା ଛକା ରନ୍ଆଉଟ୍

ସ୍ଲିପର୍ ଗଲ୍ଲି କ୍ୟାଚ୍ ଏଲବିଡବ୍ଲ୍ୟୁ ଷ୍ଟମପଡ୍ ନଟ୍ଆଉଟ୍ ।

ମୁଷ୍ଟଟିମେୟ ଦେଶେ ପ୍ରସିଦ୍ଧ ଏ ଖେଳ ଇଲଂଡ ଅଷ୍ଟ୍ରେଲିଆ ଇଣ୍ଡିଜ୍

ଭାରତ ପାକିସ୍ତାନ ଶ୍ରୀଲଙ୍କା ଜିମ୍ବାୱେ ନାଁ ନଧରନ୍ତି ଚାଇନିଜ୍ ।

ସବୁଠାରୁ ଭଲ ରୋଜଗାରୀ ଖେଳ ସେଲିବ୍ରିଟି ମାନ୍ୟ ଭାରି

ରିଚାର୍ଡସ ସନତ ଜୟସୁରିଆ କାଦିର୍ ର୍ସୋବରସ୍ ଗ୍ୟାରି ।

ମାର୍ଟିନ କ୍ରୋ ବ୍ରାଡମାନ ରିଚାର୍ଡ ଲିଲି ହାର୍ଡଲି ବୋଥାମ

ବିଶ୍ୱନାଥ ଗାଭାସ୍କର କପିଳଦେବ୍ ରବିଶାସ୍ତ୍ତୀ ସଚିନ୍ ଆମ ।

ଗାଙ୍ଗୁଲି ଦ୍ରାବିଡ ମାହିକୁ କୋହଲି ଝୁଲନ ଗୋସ୍ୱାମୀ ଆଦି

ଦେଶ ବିଦେଶରେ ପରିଚିତ ନାମ ହୋଇଛନ୍ତି ଅଦ୍ୟାବଧି ।

ପ୍ରିମିୟର ଲିଗ୍ ପଇସାର ଖେଳ ଖେଳାଳି ହୁଅନ୍ତି କିଣା

ଛେଳି ମେଣ୍ଢା ପରି ମୂଲ ହେଉଥାନ୍ତି ସନମାନେ କାହୁଁ ଗଣା !

ଚିଅର ଗାର୍ଲ ଅତ୍ୟଳ୍ପ ବସନେ କରନ୍ତି ମନୋରଞ୍ଜନ

ସଟ୍ଟା କାରବାରେ ପଇସା ପାହାଡ ବର୍ବାଦ କେତେ ଜୀବନ !

ଭଦ୍ର ଲୋକ ଖେଳ ସ୍ଲେଜିଂ କରନ୍ତି ବିପକ୍ଷ ହତୋତ୍ସାହିତ

ମ୍ୟାଚ୍ ଫିକ୍ସିଂ ଘନଘଟା ମଧ୍ୟେ ଲୁଚିଯାଏ ତା ମହତ ।

ସ୍ପୋର୍ଟମ୍ୟାନସିପ ଲେଉଟିବ ଅବା ଟଂକାର ଖେଳ ନହୋଇ

ସାଧାରଣ ଜନତାର ପ୍ରିୟ ଖେଳ ଜାଗିବ ଶିର ଉଠାଇ !


Rate this content
Log in

Similar oriya poem from Fantasy