Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kamala Satpathy

Others

3  

Kamala Satpathy

Others

ଧନ୍ୟ ଧନ୍ୟ ତୁ ଭୁବନେଶ୍ୱର

ଧନ୍ୟ ଧନ୍ୟ ତୁ ଭୁବନେଶ୍ୱର

1 min
268



ଖରାଦିନେ ପୋଡି

ବର୍ଷା ଦିନେ ବଢି

ଶୀତ ଦିନେ ଧୂଳି ମାଡ

ଧନ୍ୟ ଧନ୍ୟ ତୁ ଭୁବନେଶ୍ୱର !


ଗଛ ଗଲା କଟି

ଉଠିଗଲା ମାଟି

ଚକ୍ ଚକ୍ ପିଚୁ ରୋଡ

ଧନ୍ୟ ଧନ୍ୟ ତୁ ଭୁବନେଶ୍ୱର !


ଅଳିହା ନର୍ଦ୍ଦମା

କୁଢ କୁଢ ଜମା

ଆଖି ପାଉନାହିଁ ମୋର

ଧନ୍ୟ ଧନ୍ୟ ତୁ ଭୁବନେଶ୍ୱର !


ବେପାରୀଙ୍କ ରଡି

ଗାଆଁ ଗଣ୍ଡା ଛାଡି

ହେଇଛନ୍ତି ଏଠି ଠୁଳ

ସଭିଙ୍କୁ କିମିଆ କଲା ସହର ! 


ଲାଇନି କଟିବା

ପାଣି ସରିଯିବା

ପଡିଗଲାଣି ଅଭ୍ୟାସ ମୋର

ଧନ୍ୟ ଧନ୍ୟ ଏ ଭୁବନେଶ୍ୱର !


ଗାଈଗୋରୂ ପଲ

ହେଇ ମାଳ ମାଳ

ମାଗଣେ ଯୋଗାନ୍ତି ସାର

ଶସ୍ୟ ଶ୍ୟାମଳ ଭୁବନେଶ୍ବର ।


ମଦୁଆ ଗଞ୍ଜୋଡ

କରୁଥାନ୍ତି ଭିଡ

ନଦେଖି ବେଳ ଅବେଳ

ଧନ୍ୟ ଧନ୍ୟ ତୁ ଭୁବନେଶ୍ୱର ।


ଟ୍ରାଫିକି ପୁଲିସି

ସାଙ୍ଗରେ ସାଲିସି

ଚାଲେ ରୋଜଗାର ଭଲ

ଧନ୍ୟ ଧନ୍ୟ ତୁ ଭୁବନେଶ୍ୱର ।


ଚେକିଙ୍ଗି ନାଆଁରେ

ଚାଲିଛି ଏଠାରେ

ପଇସାର କାରବାର

ଧନ୍ୟ ଧନ୍ୟ ତୁ ଭୁବନେଶ୍ୱର ।


ଷ୍ଟ୍ରାଇକ୍ ଚାଲଇ

ଦିନରାତି ଏଠି

ରାଜନୀତିଆଙ୍କ ଭିଡ

ଧନ୍ୟ ଧନ୍ୟ ତୁ ଭୁବନେଶ୍ୱର ।


ବଡ ବଡିଆଙ୍କ 

କେତେ ନାମ ଡାକ

ଖଟିଖିଆଙ୍କର କାଳ

ଧନ୍ୟ ଧନ୍ୟ ତୁ ଭୁବନେଶ୍ୱର ।


ଗାଡି ମଟରର

ଧୂଆଁରେ ସହର

ହୋଇଲାଣି ଝାଳ ନାଳ

ଧନ୍ୟ ଧନ୍ୟ ତୁ ଭୁବନେଶ୍ବର ।


ପରିବେଶ ପ୍ରେମୀ

କହନ୍ତି ଅବସ୍ଥା 

ହୋଇବ ଯେ ଅସମ୍ଭାଳ

କିପରି ତିଷ୍ଠିବ ଏଇ ସହର ?


କୋଠା ପରେ କୋଠା

କେତେ ଗଢା ତୁଟା

ପୂରୁଛି ଧରାର କାଳ

ତା’ ପାଇଁ ଦାୟୀ ତୁ ଭୁବନେଶ୍ୱର !


ସୁନ୍ଦର ସହର

ଗଢୁ ଗଢୁ ଜୋର

ଦିଶିଲାଣି ତା’ କଙ୍କାଳ ହାଡ

ଆହା ମୋ ଭୁବନେଶ୍ୱର !


ଅଫିସ୍ କଲେଜ୍

ମଲ୍ ହୋଟେଲ୍

ଭିତରେ ହଜିଛି ସେଇ ସହର

ଯାହାର ନାଁଟା ଭୁବନେଶ୍ୱର !

 

ସରା ଭୁବନର

ଥିଲା ସେ ଈଶ୍ୱର

ଏବେ ଖାଲି ସେ ଭୁବନେଶ୍ୱର

ଆଉ ନାହିଁ ସେ ସ୍ୱପ୍ନ ସହର !



Rate this content
Log in