ସେ ନଥିବା ମଣିଷ ପାଇଁ
ସେ ନଥିବା ମଣିଷ ପାଇଁ
1 min
246
ସେଇ ନଥିବା ମଣିଷଟି ପାଇଁ
କାହିଁକି ଲୋ ଠେଲିପେଲି ତଡିଦେଉ
ତୋ ଆଖିର ଯେତେସବୁ ନିଦ
ନିସଂକୋଚେ ପିନ୍ଧିନେଉ ଦୁନିଆଁର ଆଖିଦେଖା
ନିନ୍ଦା ଅପବାଦ .....
ସପନକୁ ସତ ଭାବି
କାହିଁକି ତୁ ବାନ୍ଧୁଥାଉ ବସା ??
ତୁ ଜାଣୁ ସେ ଫେରିବନି
ତୋର ଏଇ ଦୁନିଆଁକୁ
ତଥାପି କହିଁକି କହ ଧରିଚୁ ଲୋ ଆଶା ??
ସେ ନାଲି ଚୁଡ଼ି ନାଲି ଶାଢ଼ୀ
ସିନ୍ଦୂର ଆଶାରେ
କିମ୍ପାଇଁ ବସିଛୁ କହ ତାର ପ୍ରତୀକ୍ଷାରେ ??
ଜୀବନକୁ କରି ଜୁଇ କାହିଁକି ଲୋ ନିତି ମରୁ
ତୁ କଣ ଜାଣୁନା ...??
ସେ କେବେ ପଡିବ ନାହିଁ ତୋ ପ୍ରେମ ଫାସରେ ...
ସେ ତ ଅଦିନ କୁହୁଡି ଟିଏ
ଏଇ ଅଛି ଏଇ ନାହିଁ ତାର ସେ ଅସ୍ତିତ୍ବ
ତୁ କାଇଁ ତାପାଇଁ ଝୁରୁ
ଜିଇ ଥାଇ ନିତି ମରୁ
ସପନକି କେବେ କହ ହୋଇଲାଣି ସତ ??
ସପନକି କେବେ କହ ହୋଇଲାଣି ସତ ??