Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Others

3  

Bijay Prusty

Others

ବେସୁରା ଗୀତି-୭୨୧

ବେସୁରା ଗୀତି-୭୨୧

1 min
6.8K


ବେସୁରା ଗୀତି-୭୨୧

 

ବର୍ଷା ଲୋ ତୋର ଶୀତଳ ହାତରେ

ଅମୃତର ଛୁଆଁ ଦେଇ

ପ୍ରଚଣ୍ଡ ରୌଦ୍ରରେ ସିଝି ଯାଇଥିବା

ହୃଦୟକୁ ଦେ ଛୁଇଁ  ॥

ତୋ ପ୍ରୀତି ଛୁଆଁରେ କଅଁଳି ଉଠିବ

ଶୁଷ୍କ ଏକ କିଶଳୟ

ନୂଆ ନୂଆ ପତ୍ର ଝଲସି ଉଠିବେ

ହଜିଯିବ ଆଖି ଲୁହ  ॥

କପଟ ଛାଡି ତୁ ଛୁଇଁଦେ ଥରେ

ଶୁଖିଲା ପୃଥିବୀ ଛାତି

ତୋହରି ପରଶେ ହଜି ହଜି ଯାଉ

ତୋ ଦେହର ସବୁ ତାତି  ॥

ପ୍ରତୀକ୍ଷା କରିଛି ତୋତେ ଲୋ ବରଷା

ଶୁଖି ଯାଇଥିବା ନଈ

ଉଛୁଳି ଉଠିବ ଖୁସିରେ ତା ଦେହ

ଦେଲେ ତାକୁ ଥରେ ଛୁଇଁ  ॥

ଶୁଖିଲା ଭୂଇଁରେ ସବୁଜିମା ଭରି

ଦେଏ ଲୋ ବରଷା ରାଣୀ

ଲିଭି ଯାଉ ସବୁ ବେଦନା କଷଣ

ଦେଖି ତୋର ପ୍ରୀତି ଠାଣି  ॥


Rate this content
Log in