॥ ଖେଳ ॥
॥ ଖେଳ ॥
1 min
6.8K
ଖେଳ ଖେଳୁଅଛି ସମୟର ଖେଳ
ଖେଳାଳି ଖେଳୁଛି ଖେଳ।
ଖେଳରେ ଖେଳରେ ଖେଳ ଖେଳିଗଲେ
ଖେଳାଳି ଲୋଡ଼ୁଛି ବେଳ॥
ଖେଳାଳି ଖେଳିଲେ ଖେଳକୁ ଖେଳରେ
ଖେଳିବାର ମଜ୍ଜା ଜାଣ।
ଖେଳକୁ ନଜାଣି ଖେଳିଲେ କି ହେବ
ଖେଳର କି ଅବା ଗୁଣ ॥
ଖେଳରେ ଜୀବନ ଜୀବନରେ ଖେଳ
ଖେଳଖେଳରେ ସଂସାର।
ଖେଳର ମଞ୍ଚଏ ଖେଳିଯାଅ ସର୍ବେ
ଖେଳରେ ହୃଦୟ ସାର॥
-ପ୍ରଭୂ