ଭିନ୍ନ ଏକ ମା'
ଭିନ୍ନ ଏକ ମା'
ଏଡେ ନିରିଦୟ ମା କଥା କେହି ଶୁଣି ନଥିବେଟି କାନେ
ବିଷେଇ ଉଠିବ ଶୁଣି କେ ସହିବ ଆଣିକେ ପାରିବ ମନେ !
ଦରବାରେ ସେ ତୁଛ ଧାଇ ହୋଇ ତାର ଏତେ ବଡେଇ ।
ରାଜପାଟ କଥାରେ ସେ କିଂପାଇଁ ବାଇ!!
ମିବାରର ରାଣା ସାଂଗାଙ୍କ ମୃତ୍ୟୁରେ ରାଣୀ ଧର୍ମାବତୀ ସତୀ
କୁମାର ଉଦୟ ପାଳନ ଦାୟିତ୍ବ ଦେଇ ଧାଇ ପନ୍ନା କତି ।
ସମ ବୟ ପୁତ୍ର ଚନ୍ଦନ ପାଳିବ ସେ ରାଜନନ୍ଦନ ।
ଭରସା ଥିବାରୁ ରାଣୀ ତେଜିଲେ ପ୍ରାଣ ।
ଜ୍ୟୋଷ୍ଠ ପୁତ୍ର ତାଙ୍କ ବିକ୍ରମାଦିତ୍ୟଟି ହେଲେ ସିଂହାସନାରୁଢ
ଦାସୀ ପୁତ୍ର ବହ୍ଲୀ ସାଜିଲା ବଇରୀ ସିଂହାସନ ଆଶେ ମୁଢ ।
ହତ୍ୟା କରି ବିକ୍ରମାଦିତ୍ୟ ଉଦୟ ନିପାତେ ଉଦ୍ୟତ ।
ଧାଇ ପନ୍ନା ଘୋର ଶଂକଟେ ଉପନୀତ ।
କଥା ଦେଇଥିଲା ଧର୍ମାବତୀଙ୍କୁ ସେ ଉଦୟ ରକ୍ଷଣ ଲାଗି
ବହ୍ଲି ହସ୍ତେ ଯଦି ନିଧନ ହୋଇବେ କିପରି ସହିବ ଆଜି !
ମେବାର ରାଜ ସିଂହାସନ ହୋଇବକି ରାଣା ବିହୀନ ।
ଚନ୍ଦନ ଉଦୟ କେହି ନୁହଁଇ ଆନ।
ଛାତିକୁ ପଥର କଲା ବାମାବର ଚଂଦନ ସମବୟସ
ରାଜପୁତ୍ର ପରି ଚେହେରା ତାହାରି କରି ଉଦୟର ବେଶ ।
ଉଦୟକୁ ଗୁପ୍ତେ ବାହାର ଚନ୍ଦନ ଶଯ୍ୟାରେ ତାହାର ।
ଶୁଆଇ କୋଣରେ ରହିଲା ବାମାବର ।
ଖଡ୍ଗ ଧରି ବହ୍ଲୀ କୋପାନଳେ ଜଳି ଉଦୟ କାହିଁ ପୁଛିଲା
ଥରି ଥରି ପନ୍ନା ଶୁପ୍ତ ପୁତ୍ରେ ତା'ର ଗୁପ୍ତେ ଇଶାରା କରିଲା ।
ମାତୃ ହୃଦୟର ବେଦନା କରି ପାରିବ କେ କଳନା !
ରାଜ ଭକ୍ତି ଆଗେ ତୁଚ୍ଛ ତା'ର ବେଦନା ।
ଚନ୍ଦନର ତ୍ୟାଗ ଉଦୟେ ସରଗ ବଢିଲା ଅଗୋଚରରେ
ଧାଇଟି ମାତର ବୀରାଂଗନା ବର ପ୍ରତିଶୋଧ ନେଲା ହେଳେ ।
ହେଲା ଉପଯୁକ୍ତ ସମୟ ଗାଦିରେ ବସିଲେ ଉଦୟ ।
ଧାଇ ନୁହେଁ ଭିନ୍ନ ମାତାର ପରିଚୟ ।