ଜୀବନ ଗୀତା- ୭୯
ଜୀବନ ଗୀତା- ୭୯
1 min
6.7K
ଜୀବନ ଗୀତା
ଏ ଜୀବନ କେବେ ନମ୍ର ନିବେଦନ
କେବେ ଉଗ୍ର ଉଚ୍ଚାରଣ
ଶାନ୍ତ ସୁନ୍ଦର ଭାବଭୂଇଁ କେବେ ସେ
ରୁଦ୍ର ଭୈରବ ଭୀଷଣ ॥୦॥
ମାଟିର ମୌନତା କେବେ ପାହାଡ ପ୍ରାଚୂର୍ଯ୍ୟ
ମର୍ତ୍ତ୍ୟର ଦୈନ୍ୟତା କେବେ ସ୍ୱର୍ଗର ଐଶ୍ୱର୍ଯ୍ୟ
ତୁଳା ପରି ଏଇ ହାଲୁକା ଜୀବନ
କେବେ ପଥର ପ୍ରମାଣ ॥୧॥
ସର୍ପର ଜହର କେବେ ଅମୃତ କଳସ
ମଳୟ ପବନ କେବେ ଝଡ ଅଣଚାଶ
ପୂର୍ଣ୍ଣ ଶଶି ସମ ସ୍ନିଗ୍ଧ ଏ ଜୀବନ
କେବେ ଗ୍ରାସଇ ଗ୍ରହଣ ॥୨॥