ଯାତ୍ରା
ଯାତ୍ରା
1 min
7.0K
ମୁଁ ତ’ ବାଟୋଇଟିଏ,
ଯୁଗପତ୍ ଚାଲୁଚାଲୁ ଝୁଣ୍ଟିଛି,
କାହିଁ କେତେ ସ୍ବପ୍ନ ଭଙ୍ଗର ଶୀଳା,
ତଥାପି ଅଟକି ଯାଇନି ପାଦ,
ବରଂ ଜୀବନ ଜିଇଁବାର ଲମ୍ବା ରାସ୍ତାରେ,
ହରେଇ ବସିଛି,
ଅତୀତର ଚପଳ ବୟସ,
ଭୁଲିଯାଇଛି ସ୍ବପ୍ନ ସାଉଁଟିବାର ଅଜବ କୌଶଳ l
ଏବେ କିନ୍ତୁ ଜୀବନର ଶୂନ୍ୟପୃଷ୍ଠାକୁ,
ଇନ୍ଦ୍ରଧନୁ ରଂଗେ ରଂଗେଇବାର ଇଚ୍ଛା ମୋର ନାହିଁ,
ଅବା ଅତୀତକୁ ଆଖି ଆଗେ ଭେଟିବାକୁ,
ଇଚ୍ଛା ମୋର ନାହିଁ,
ଅନେକ ଦିନରୁ ଚାଲୁଛି ମୁଁ,
ଦିଗ୍ବଳୟକୁ ଛୁଇଁବା ନିଶାରେ,
ବେଳେ ବେଳେ ଜହ୍ନର ଜ୍ୟୋତ୍ସ୍ନାକୁ,
ରଂଗ ଭାବି ଆଖିରେ ମୁଁ ମାଖେ,
ପରିଶେଷେ ଦି’ପାଦ ଭୂଇଁ ପରେ ଠିଆ ହୋଇ,
ବଞ୍ଚିବାର ଶେଷ ସ୍ବପ୍ନ ଦେଖେ ।
...
Email:litp.ranjan@gmail.com