Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା-୨୩୦

ଜୀବନ ଗୀତା-୨୩୦

1 min
7.0K


 

ଜୀବନ ଠାରୁ ନିରାଶ ହେବା
ନୁହଁଇ କେବେ ଉଚିତ
ଆଶା ସବୁକୁ ଉଜେଇଁ ଦେବା
ନୁହଁଇ ମୋଟେ ଉଚିତ ॥୦॥

ସଂକଳ୍ପ କରି ଚାଲେ ଯିଏ ପଥ
ଅଟକେ ନାହିଁ ତା ଜୀବନ ରଥ
ସମୟ ପ୍ରବାହେ ଯିଏ
ଭାସି ଚାଲିଥାଏ
ତାପାଇଁ କୂଳ କିନାରା
କିଛି ତ ନଥାଏ
ଜୀବନ ତାର ଯଶ ଖ୍ୟାତିରୁ
ହୁଅଇ ସିନା ବଞ୍ଚିତ ॥୧॥

ଇତିହାସର ପୃଷ୍ଠା ଓଲଟାଇ
ପ୍ରମାଣ ସବୁ ଯିବା ଆମେ ପାଇ
ଉଜାଣି ସୁଅରେ ଯିଏ
ପହଁରି ପାରଇ
ତା ପଥରୁ ବାଧାବିଘ୍ନ
ଯାଏ ଦୂର ହୋଇ
ସ୍ୱର୍ଣ୍ଣାକ୍ଷରରେ ବ୍ୟକ୍ତିତ୍ୱ ତାର
ହୁଅଇ ସିନା ଚିତ୍ରିତ ॥୨॥


Rate this content
Log in