Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanta kumar Hota

Others

3  

Prasanta kumar Hota

Others

ବଂଶୀ ସ୍ଵର ତୁମ ଶୁଭୁନାହିଁ ଆଉ

ବଂଶୀ ସ୍ଵର ତୁମ ଶୁଭୁନାହିଁ ଆଉ

1 min
7.2K


ବଂଶୀ ସ୍ଵର ତୁମ ଶୁଭୁନାହିଁ ଆଉ

ବଂଶୀ କି ବାଜୁନି କହ

ତୋ ବଂଶୀ ବାଜିଲେ ଗୋପୀ ଆସୁଥିଲେ

ଛାଡି ଘର ଦ୍ଵାର ମୋହ ।

କିଏ କହେ କାହ୍ନା ଆଉ ବଜାଅନା

ବଂଶୀ କରେ ବାଟବଣା

ବଂଶୀ ଟି ବାଜିଲେ ହୃଦୟ ଚହଲେ

ହୃଦୟର ଉତ୍ତରଣା ।

ସେ ବଂଶୀ ସ୍ଵରରେ ରାଧା ପ୍ରାଣ ଝୁରେ

ଚନ୍ଦ୍ର ସେଣା ଅଣ ଦେଖା

ଏ କି ଭାଗ୍ୟ ଦେଲୁ ଅଭାଗା କରିଲୁ

କେଉଁ ସୁଖ ଦେଲୁ ଲେଖା ।

ଲଳିତା ବିଶାଖା ପୁଣି ଚିତ୍ରଲେଖା

ଯେତେ ଥିଲେ ରାଧା ସଖୀ

ରାଧା ପ୍ରେମ ଦେଖି ନଥିଲେ ନିର୍ମାଖୀ

ନିଜ ପ୍ରେମେ ଥିଲେ ସୁଖୀ ।

ଦେଖୁଥିଲେ ନିତି ମୋହନେ ଚିନ୍ତିତି

ମୋହନରେ ମୋହ ଭରି

ପାଉଥିଲେ ଗତି ରାଧା ସଙ୍ଗ ସଖୀ

ରାଧା ନାମ ଧରି ଧରି ।

ଏ କି ପ୍ରେମ ଥିଲା ହୃଦୟରୁ ଦୂରେ

ଆତ୍ମା ସଙ୍ଗ ମୋହ ଭରେ

ପାଇବକି କିଏ ତୋ ଦୟା ବିନାରେ

ସେ ବଂଶୀ ସୁରର ସୁରେ ।

ପ୍ରଶାନ୍ତ କୁମାର ହୋତା


Rate this content
Log in