କଳ୍ପନାର ପ୍ରେମକଳ୍ପ
କଳ୍ପନାର ପ୍ରେମକଳ୍ପ
ଶ୍ରାବଣ ରାତିରେ ବିଜନ ବେଳାରେ
ମୋ ହୃଦୟ ପରିଧିରେ
ପ୍ରୀତିର ସ୍ପନ୍ଦନେ ପ୍ରେମ ଗୁଞ୍ଜରଣେ
ସାଜି ଶିଳ୍ପୀ ମଉନରେ ॥
ଗଢିଥିଲି ତୁମ ପ୍ରେମକଳ୍ପଟିଏ
ସୌନ୍ଦର୍ଯ୍ୟ ତା' ଅପରୂପ
ଆଙ୍କିଥିଲି କେତେ ରଙ୍ଗବେରଙ୍ଗର
ମନଲୋଭା ମୁକ୍ତାଶିଳ୍ପ ॥
ଭାବିତ ନଥିଲି ପାଲଟିବ ବୋଲି
କଳ୍ପନାର ଇତିହାସ
ପାନ୍ଥଶାଳା ମୁଁ ବସି ପଥଧାରେ
ଚାହିଁଅଛି ତୁମ ପଥ ॥
ଫେରିବ ଶ୍ରାବଣ ଫେରିବ ସେ ରାତି
ମନରେ ହଜାରେ ଆଶା
ସପନେ ହଜିଛି ପ୍ରୀତିର ଫଗୁଣେ
ହୃଦୟେ କୋଟିଏ ବ୍ୟଥା ॥