Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abhakanta

Others

3  

Abhakanta

Others

ଜାଗୃତିକ ଜଡ଼ା ଯୁଗ

ଜାଗୃତିକ ଜଡ଼ା ଯୁଗ

1 min
6.9K


ଜାଗୃତିକ ଜଡ଼ା ଯୁଗ

 

ଆଭାକାନ୍ତ ମହାନ୍ତି

 

ବେତାଏ ବିଭୋରେ ବିସରଣ ହେଲି ବଡ଼ବଡ଼ିଆଙ୍କ ବଣେ

ସାହିତ୍ୟ ସଭାର ଶେଷାଙ୍କେ ଶିହରି ସୁମରେ ସିନା ମୁଁ ଜଣେ  ।

 

ଭାରି ମନ ହେଲା ଭିଡ଼ ଭିତରେ ମୁଁ ଭରସାରେ ଠିଆ ହେଲି

ପ୍ରସ୍ଥାନ ପ୍ରହରେ ପ୍ରତିଭାବାନଙ୍କୁ ପାଖରେ ପାଇବି ବୋଲି  ।

 

ଯବନିକା ପରେ ଯୋଡ଼ି ଯୋଡ଼ି ହୋଇ ଯେଝାର ଯିଏସେ ଗଲେ

ଯାଉଁ ଯାଉଁ ଜଣାଶୁଣା ଜନତାଙ୍କ ଯାଚନା ଜବାବ ଦେଲେ  ।

 

ଜଣାଶୁଣା ଥାନ୍ତି ଯିଏ ଯେପ୍ରକାରେ ଜାବୁଡ଼ନ୍ତି ହାତ ଜୋରେ

କିଏ କିଏ କର କବଳି କରନ୍ତି ଆଲିଙ୍ଗନ ପରସ୍ପରେ  ।

 

ଅଜଣାଟେ ବୋଲି ଆଡ଼ରେ ଆହାବି ଆଙ୍କିହେଲି ଅପାଂକ୍ତେୟ

ପାଖ ପର୍ଯ୍ୟାୟରୁ ପାଇଲିନି ପାରମ୍ପରିକତା ପରିଚୟ  ।

 

ଅସହାୟ ଭାବେ ଅପସରି ଆସି ଆଶ୍ୱସ୍ତ ହୋଇଲି ଆଗ

ଜାଣିଲି ଯା' ଖୋଜେ ଜଉଘରେ ବନ୍ଦ ଜାଗୃତିକ ଜଡ଼ା ଯୁଗ  ।

 

ସୁମରୁଥିଲି ମୁଁ ସାହିତ୍ୟ ସ୍ଥିତିରେ ସରସ୍ୱତୀଟା ବେଖାପ

ଶାନ୍ତ ହେଲି ସ୍ମରି ସୃଷ୍ଟିର ସମୟେ ଶକ୍ତିଙ୍କର କାଳୀ ରୂପ  ।

 

ଅତୀତ ଆଉଁସା ଅଭ୍ୟାସ ଆଙ୍କିଛି ଅଭାବରେ ତେଣୁ ଅଛି

କରମକୁ ନିନ୍ଦି କବାଟ କିଳୁଛି କା'କୁ କହିବିନି କିଛି  ।

 

ନୂଆସାହି, ବିଡ଼ାନାସୀ, କଟକ-୭୫୩୦୧୪

ଫୋନ୍-୯୦୪୦୦୦୩୧୦୧

*****


Rate this content
Log in