Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ram Prasad Bisoi

Others

3  

Ram Prasad Bisoi

Others

ପାଗଳର ପ୍ରଳାପ -୨

ପାଗଳର ପ୍ରଳାପ -୨

1 min
6.8K


କିଏ କହେ ମତେ; ଅହଙ୍କାରୀ

କିଏ କହେ ମତେ; ମିଥ୍ୟାଚାରୀ,

କିଏ କହେ ମତେ; ପ୍ରବଞ୍ଚକ

କିଏ କହେ ମତେ;ପ୍ରତାରକ

କିଏ କହେ ମତେ ଦୁରାଚାରୀ

ଯେତେ ଆପଣା ଆଉ ପରଙ୍କୁ

ଅଯାଚିତ, ପ୍ରେମ ଓ ସ୍ନେହ ବାଣ୍ଟିଛି

ଆଘାତ ହିଁ ପାଇଛି ;

ବୋଧେ

ସମ୍ବେଦନଶୀଳ ମଣିଷଟିଏ

ପାଇଁ ଏ ନିୟତିର ବିଧାନ,

ନିଜ ରକ୍ତ ଆଉ ପ୍ରାଣ ବି

ବିଦ୍ରୋହ କରି କହେ:

ନାହିଁ

ତୁମ ବଞ୍ଚିବାର ପ୍ରୟୋଜନ,

ପ୍ରେମିକା କହେ;

ଖେଳ ଖଲାସ, ତମସା ଖତମ୍

ଅତି ମାନସ ପ୍ରେମ

ଅଲୌକିକ ଶକ୍ତି

ପ୍ରେମର ପରିଭାଷା ଯେ ସୀମିତ

ତମ ହୃଦୟରୁ ଝରିଲେ

ଲହୁ ଲୁହ

ମୋର କି ଯାଏ ଆସେ

ମୁଁ ତ ସାଧାରଣ ମଣିଷ

ହୃଦୟ କହିଲେ ମୁଁ ବୁଝେ,

ରକ୍ତ ସଞ୍ଚାଳନ କରୁଥିବା

ଶରୀର ଏକ ଅଙ୍ଗ

ନାଁ ତାର ହୃତପିଣ୍ଡ

ନିଷ୍କର୍ଷ ଏଥୁ ଅନ୍ତେ;

ହୃଦୟ କହିଲେ

ହୃତପିଣ୍ଡ

ପ୍ରେମ କହିଲେ

ପାଗଳଙ୍କ ପ୍ରଳାପ ।

ରାମ ବିଶୋଇ (କାଶ୍ୟପ)

ରାୟଗଡ଼ା ।

ତା-୧୩-୦୫-୧୬

ସମୟ-ସକାଳ-୧୦-୨୭ ମିନିଟ ।


Rate this content
Log in