Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Others

3  

ଓଡ଼ିଆ ଗଳ୍ପ ଓ କବିତା - ୨

Others

ଉତ୍କଳୀୟ ନବବର୍ଷ

ଉତ୍କଳୀୟ ନବବର୍ଷ

1 min
7.3K



ରାମଚନ୍ଦ୍ର ସାହୁ


ସୃଷ୍ଟିର ଆରମ୍ଭ.. ହିନ୍ଦୁ ନବବର୍ଷ

ଚୈତ୍ର ଶୁକ୍ଳ ପ୍ରତିପଦା

ବାସନ୍ତୀକ ଦୁର୍ଗା ପୂଜାର ପ୍ରାରମ୍ଭ

ବେଦ କୁହନ୍ତି-ଏକଥା ।

ବୈଶାଖ ବିଷୁବ ପଣା

ସଂକରାନ୍ତି

ଉତ୍କଳର ନବବର୍ଷ

ଅଢ଼େଇ ହଜାର

ବର୍ଷ...ସଂସ୍କୃତିର

ଅସ୍ମିତା ଆମ ଉତ୍କର୍ଷ ।

ପ୍ରଥମ ଏ ଆର୍ଯ୍ୟ ଭାଷା

ଭାରତର

ଶ୍ରେଷ୍ଠ କଳିଙ୍ଗ ମହାନ

ଓଡ଼ିଶା ମାଟିର ଇଷ୍ଟ ଜଗନ୍ନାଥ

ଜଗନ୍ନାଥ ଦେଶ ପୂଣ୍ୟ ।

ଆମ ନବବର୍ଷ ସମୃଦ୍ଧ ଉତ୍କର୍ଷ

ନୂଆ ପାଞ୍ଜି ପାଠବେଳ

ପଣା ସରବତ ନିଦାଘକୁ ହତ

ଆମ ସଂସ୍କୃତି ଉଜ୍ଜ୍ୱଳ

ବିଷୁବ ମିଳନ ଭାଇଚାରା ଆମ

ଖୁସି ଆନନ୍ଦର ବେଳ

ଆନ-ନବବର୍ଷ ଏ ମାଟିର ନୁହଁ

ଅନୂକରଣ ଏ ଖେଳ ।

ବିଲେ ଗୁଣ୍ଡ ମାଟି ଉର୍ଦ୍ଧେ ଚାହିଁଥାନ୍ତି

ଅମାର ସପନ ଖଣି

ନୂଆ ମେଘ ଆସେ ଆଷାଢ଼

ଆକାଶେ

ଝର ଝର ବହେ ପାଣି ।

ଶ୍ରୀ ହନୁମାନ ଶୁଭଜନ୍ମ ଲଗ୍ନ

ଦଣ୍ଡଯାତ୍ରା ଝାମୁସରେ

ଶୂନ ବ୍ୟବହାର କାଳର ଗଣନା

ବିଶ୍ଵେ ପ୍ରଥମେ ଏଠାରେ ।


Rate this content
Log in