Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Prasant Kumar Nath

Romance

2  

Prasant Kumar Nath

Romance

ପହିଲି ଦେଖା

ପହିଲି ଦେଖା

1 min
1.2K


ତୋ ସାଥିରେ ମୋର ଦେଖା ହୋଇଥିଲା

ନିଛାଟିଆ ଖରାବେଳେ

ଯାଇଥିଲି ଦିନେ ବୁଲିବା ପାଇଁକି

ତୁମ ଗାଆଁ ନଈ କୂଳେ ।

ନାଲିଆ ଶାଢ଼ୀଟେ ପିନ୍ଧିଥିଲୁ ଦେହେ

ଥିଲା ତାର ଧଳା ଧଡି

ସତେ ଅପସରି ଲାଗୁଥିଲୁ ମୋତେ

ପିନ୍ଧିଥିଲୁ କାନି ଛାଡି ।

ଲାଜେଇ ଲାଜେଇ କଣେଇ ଚାହିଁଲୁ

ମନରେ ଥିଲା ତୋ ଡର

ଡର ମିଶା ତୋର ଲାଜୁଆ ଚାହାଣୀ

କିଣି ନେଲା ମନ ମୋର ।

ମୋତେ ଦେଖି ସିନା ଫେରି ଯାଇଥିଲି

ହୋଇ ତୁହି ତର ତର

ହେଲେ ତୋର ସେହି ପହିଲି ଦେଖାଟି

ହୃଦୟେ ତୋଳିଲା ଘର ।

ତୋ ସାଥିରେ ସେହି ପହିଲି ଦେଖାଟି

ଆଜି ଯାଏ ଭୁଲି ନାହିଁ

ତୋତେ ମୁଁ ରଖିଛି ସାଇତି ଜାତନେ

ହୃଦୟେ ମୋହର ନେଇ ।

     ~~~*~~~

ପ୍ରଶାନ୍ତ କୁମାର ନାଥ 

ସୁନ୍ଦରପୁର,ଉତ୍ତରକୂଳ ହାଟ,ପ୍ରୀତିପୁର,ଯାଜପୁର 

ମୋ-08892301143


Rate this content
Log in