Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Inspirational

3  

Sadananda Sahoo

Inspirational

ହେ ବୀର ସୈନିକ ଯୋଗ୍ୟତମ ସୁତ

ହେ ବୀର ସୈନିକ ଯୋଗ୍ୟତମ ସୁତ

1 min
6.9K


ଶତ ପ୍ରଣିପାତ ହେ ବୀର ସୈନିକ

ଜନନୀର ଯୋଗ୍ୟ ସୁତ ;

ଜାଗ୍ରତ ପ୍ରହରୀ ସୁରକ୍ଷା ବାହିନୀ

ତୁମେ ତ' ମାଆର ବିତ୍ତ !!

ଦେଶ ମାତୃକା'ର ସୁରକ୍ଷାର ଭାର

ତୁମ ହସ୍ତେ ସବୁ ନ୍ୟସ୍ତ ;

ଏ ଗୁରୁ ଦାୟିତ୍ଵ କରୁଛ ବହନ

ଜଳାଞ୍ଜଳି ଦେଇ ସ୍ୱାର୍ଥ !!

ମହାନ ହୃଦୟ ହେ ବୀର ଯବାନ

ସଙ୍କଟରେ ସଦା ତୁମେ ;

ଅସୀମ ଧୈର୍ଯ୍ୟର ତୁମେ ସହଚର

ଶତ୍ରୁ ନାଶ ରଣଭୂମେ !!

ଆତଙ୍କ ବିଲୋପ ତଵ ମୂଳ ଲକ୍ଷ୍ୟ

ଗୋଳା ଗୁଳି ନିଶାଣରେ ;

ଶୁଭ ଆଶୀର୍ବାଦ କରେ ମାଆ ଦେଶ

ଥାଆ ସଦା କୁଶଳରେ !!

ଶତ୍ରୁ ଦେଶ ରଚେ ବିଶ୍ଵାସ ଘାତକେ

କରି ମହାସଡଯନ୍ତ୍ର ;

ବିନାଶିବା ଲକ୍ଷ୍ୟ ରଖେ ଶତ୍ରୁ ପକ୍ଷ

ତଵ ହସ୍ତେ ବ୍ରହ୍ମ ଅସ୍ତ୍ର !!

ଜୀବନ ତୁମର ମହାସମରର

ଦେଶ ପାଇଁ ସମର୍ପଣ ;

ତୁମେ ହଜିଗଲେ ସାରା ଦେଶ ଝୁରେ

କିଏ ବା ସୁଜିବ ଋଣ !!

କର୍ମ ଭୂମି ସ୍ଥଳେ ଜୀବନଟା ଗଲେ ;

ବାହୁନି କାନ୍ଦଇ ମାଆ ;

କାହିଁ ଗଲୁ ଧନ ବୁଝୁନି ମୋ ମନ

ଆ ଆ' ମୋ 'ଧନ ବାଇଆ

ଶେଷ ଶ୍ରଦ୍ଧାଞ୍ଜଳି କରୁଚି ଅର୍ପଣ

ହେ ବୀର ଜବାନ ସୁତ ;

ଅମର ରହିବ ତଵ ନାମ ସତ

ଶତ ଶତ ପ୍ରଣିପାତ !!

ଦାନନ୍ଦ ସାହୁ ; କେନ୍ଦ୍ରୀୟ କାରାଗାର ; କଟକ ; ଚୌଦ୍ୱାର


Rate this content
Log in

Similar oriya poem from Inspirational