Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Raja Sekhar CH V

Others

2  

Raja Sekhar CH V

Others

ନିରନ୍ତର ପ୍ରୟାସ

ନିରନ୍ତର ପ୍ରୟାସ

1 min
184



ଧୀରେ ଧୀରେ ହୁଏ ଯେବେ ସୂର୍ଯ୍ୟଙ୍କ ଉତ୍ଥାନ,

ରବିକିରଣ କରନ୍ତି ବସୁଧାଙ୍କୁ ଶୋଭାୟମାନ,

ନିରନ୍ତର ପ୍ରୟାସ ସହ ଆଗକୁ ଯାଉ ଜୀବନ,

ସମୁଚିତ ସମୀକ୍ଷାରୁ ସାଧ୍ୟ ହେବ ସମାଧାନ ।


କେତେ ଯେ ସାମନାସାମନି ହେବେ ସଂଗ୍ରାମ

ଫଳବତ୍ତା ପରିଣାମ ପ୍ରତି ଦୃଷ୍ଟି ରହୁ ଅବିରାମ,

ନିଜ ଧୈର୍ଯ୍ୟ କୁ ଦେବାର ନାହିଁ ବିରତି ବିଶ୍ରାମ,

ଆତ୍ମବିଶ୍ଵାସ ମେଧାଶକ୍ତିକୁ ଦେବନି ଆରାମ ।


ବିଷମ ବିଷାକ୍ତ ପରିସ୍ଥିତିରୁ ରହିବାର ଅଛି ନିର୍ଭୀକ,

ହାନିଲାଭ ଉଠାଣି-ଗଡ଼ାଣି ହେଉଛନ୍ତି ସମସାମୟିକ,

ବିଫଳତା ହେଲା ନିଜ ଦୁର୍ବଳତା ତ୍ରୁଟିର ସମାଲୋଚକ,

ଉପଯୁକ୍ତ ପଦକ୍ଷେପ ପ୍ରସ୍ତାବ ଦେଇ ପାରିବେ ବିଚାରକ ।


କେବେ ଯେ ହେବାର ନାହିଁ ନିସ୍ତେଜ ନିସ୍ପୃହ,

କେବେ ହେବାର ନାହିଁ ନକାରାତ୍ମକ ନିରୀହ,

ଏହି ଅନୁଭୂତି ହୁଏ ସମସ୍ତଙ୍କ ଜୀବନ ସହ,

ଜଗାଙ୍କ ଆଶିଷ ରେ ରଖିବାର ନାହିଁ ସନ୍ଦେହ ।


ଅପେକ୍ଷା କରିଲେ ମିଳିବନି ସଂଯୋଗ,

ନିଜ ଅନ୍ତର୍ଦୃଷ୍ଟିରୁ ସୃଜନ ହୋଉ ସୁଯୋଗ,

ସମୟୋଚିତ ଆୟାସର କରନ୍ତୁ ପ୍ରୟୋଗ,

ନିଶ୍ଚୟ କରିବେ ସୁମିଷ୍ଟ ସଫଳତା ଉପଭୋଗ ।


Rate this content
Log in