ନକଲି
ନକଲି
ବରଷା ଯୁଆଡେ ଛତାକୁ ସିଆଡେ
ପାରିଲେ ବୁଲାଇ ରଖ
ନକଲି ଦୁନିଆ ନକଲି ମଧ୍ୟରେ
ଚାଲିବ ହୋଇ ସଳଖ?
ବାପା ଅଜା ଏହା କହିଛନ୍ତି ସତ
କରିଛ କି ବିଶ୍ଲେଷଣ
ନକଲି ଭିତରେ ବୁଡି ରହିବାକୁ
ଉଚ୍ଛନ୍ନ କରୁଛ ମନ?
ଯାହା କଲ ପଛେ ଚଳି ଯାଇଥାନ୍ତା
ସମ୍ପର୍କକୁ ଗଲ ଭୁଲି
ନିଜ ସ୍ୱାର୍ଥ ପାଇଁ ତାକୁ ବି ସହଜେ
କରି ପାରିଲ ନକଲି?
ଚିତ୍ତ ରଞ୍ଜନ ଲେଙ୍କା (କଟକ) ©