Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Prasant Kumar Nath

Abstract Others

3  

Prasant Kumar Nath

Abstract Others

ଏମିତି କେମିତି ହେଲା

ଏମିତି କେମିତି ହେଲା

1 min
7.0K


ସେକାଳ ପଖାଳ ହେଲାଣି ପୁରୁଣା

ଲାଗେ ସବୁ ନୂଆ ନୂଆ

ପହାନ୍ତା ପହରୁ କୁଆ ଡ଼ାକୁନାହିଁ

ଶୁଭୁଅଛି ଘୁଉଁ ଘାଆଁ ।

ଢ଼ିଙ୍କି କୁଟା ଚୁଡା ଭଜା ମୁଢି ଖାଇ

ସକାଳ ଟା କଟୁଥିଲା

ପିଜା ଓ ବର୍ଗର ପେଟିସି ପପସ୍

ସଭିଙ୍କୁ ଅଜଣା ଥିଲା ।

ବିନା ଟିଉସନେ ସେକାଳ ମଣିଷ

ଶିକ୍ଷିତ ଯେତେକ ହେଲେ

ଶହେ ଟିଉସନେ ଆଜିର ମଣିଷ

ମୁରୁଖ ପାଲଟି ଗଲେ ।

ଗୀତା ଭାଗବତ ପଢୁଥିଲେ ବସି

ଡିବିରି ଆଲୁଅ ଜାଳି

ଲୋଓ ଭୋଲଟେଜ୍ ହେଇଗଲେ ଟିକେ

ଶୁଭେ ଏବେ କେତେ ଗାଳି ।

ବିଲ ପାଣି ପିଇ ପୋଖରୀ ଗାଧୋଇ

ହେଉତ ନଥିଲା ରୋଗ

ଥଣ୍ଡା ହେଇଗଲେ କହୁଛନ୍ତି ଏବେ

ବଦଳୁଛି ପାଣିପାଗ ।

ସେକାଳେ ରୋଷେଇ ମାଟିର ଚୁଲିରେ

କରୁଥିଲେ କୁଟା ଜାଳି

ଏଇନେ ଗିଆସେ ରୋଷେଇ ପାଇଁକି

ଶାଶୁ ବୋହୁ କଲେ ପାଳି ।

ବାହାଘର କଥା ଶୁଣିଦେଲେ ଝିଅ

କାନ୍ଦୁଥିଲା କଇଁ କଇଁ

ବାହାଘର କଥା ଶୁଣି ଏବେ ଝିଅ

ନାଚୁ ଅଛି ଥେଇ ଥେଇ ।

ବାପା ଆଗେ କିଛି କହିବାକୁ ପୁଅ

କହୁଥିଲା ଥରି ଥରି

ଏବେ ପରା ବାପ ରହୁଅଛି ନିତି

ପୁଅକୁ ତାହାର ଡରି ।

ଭାବିଦେଲେ ଲାଗେ ସେସବୁ ମୁହୂର୍ତ୍ତ

କୁଆଡେ ଉଭେଇ ଗଲା

କେଇଟା ଦିନରେ ଏତେ ସବୁ କଥା

କେମିତି ବଦଳି ଗଲା ।

~~~***~~~

ପ୍ରଶାନ୍ତ କୁମାର ନାଥ

ସୁନ୍ଦରପୁର,ଉତ୍ତରକୂଳ ହାଟ୍, ପ୍ରୀତିପୁର,ଯାଜପୁର ।

ମୋ-୮୮୯୨୩୦୧୧୪୩


Rate this content
Log in