Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasant Kumar Nath

Inspirational

2  

Prasant Kumar Nath

Inspirational

ଏହି ଯେ ପ୍ରିୟ ବହି ମୋହର

ଏହି ଯେ ପ୍ରିୟ ବହି ମୋହର

1 min
275


ଏହି ଯେ ପ୍ରିୟ ବହି ମୋହର

କରେ ମୁଁ ତାକୁ କେତେ ଆଦର

ଏଥିରୁ ପଢେ କେତେ ମୁଁ ପାଠ

ଏହି ଯେ ମୋତେ ବତାଏ ବାଟ

ଏଥିରୁ ପଢି ଶିକ୍ଷିତ ହୁଏ

ଏହି ଯେ ମୋର ମନକୁ ମୋହେ

ପଢିଲେ ସିନା ପାରୁଛି ଜାଣି

ଦେଶ ବିଦେଶର କେତେ ଖବର

ଏହି ଯେ ପ୍ରିୟ ବହି ମୋହର ।

ଏହି ଯେ ପ୍ରିୟ ବହି ମୋହର

ରଙ୍ଗ ବେରଙ୍ଗେ ଦିଶେ ସୁନ୍ଦର

ଏହାକୁ ଅତି ଧ୍ୟାନରେ ପଢେ

ଏହି ଯେ ମୋର ଜୀବନ ଗଢେ

ନୀତି ଆଦର୍ଶ ଶିଖାଏ ମୋତେ

ଭଲ ଗୁଣ ଯେ ଶିଖାଏ କେତେ

ମନ ଲଗେଇ ପଢୁଛି ବୋଲି

ଶିଖୁଛି କେତେ ମୁଁ ଶିଷ୍ଟାଚାର

ଏହି ଯେ ପ୍ରିୟ ବହି ମୋହର ।

ଏହି ଯେ ପ୍ରିୟ ବହି ମୋହର

ସମକକ୍ଷ ନୁହେଁ କେହି ତାହାର   

ଏହାକୁ ନେଇ ଇସ୍କୁଲ ଯାଏ

ଧ୍ୟାନର ସହିତ ମୁ ପଢୁଥାଏ

ବଡ଼ ଲୋକଙ୍କ ଜୀବନ କଥା

ଶିଖେ ଉପାଦେୟ ସୁନ୍ଦର ବାର୍ତ୍ତା

ପଢେ ଅନେକ ଗଳ୍ପ କବିତା

ପଢିଲେ ମନ ହୁଏ ଚଞ୍ଚଳ

ଏହି ଯେ ପ୍ରିୟ ବହି ମୋହର ।


Rate this content
Log in