Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Dr.Sashi Bhushan Mohapatra

Romance

5.0  

Dr.Sashi Bhushan Mohapatra

Romance

ଯେଉଁଠି ରାତି ପ୍ରୀତି ଜଗାଏ

ଯେଉଁଠି ରାତି ପ୍ରୀତି ଜଗାଏ

1 min
175


ଯେଉଁଠି ପକ୍ଷୀର ଡେ଼ଣାରେ

ରାତି ଓହ୍ଲାଇ ଆସେ,

ସେଇଠି ସାରା ଆକାଶଟା

ତାରାମୟ ଦିଶେ |

ସେଇଠି ଜହ୍ନ ଜ୍ୟୋସ୍ନା ଢାଳି

ଖିଲି ଖିଲି ହସେ,

ସେଇଠି ଦୀପର ଆଲୋକ

ଚାରିଆଡ ଦିଶେ |

ସେଇଠି ଭଲ ପାଇବାର ରାତି

ମୋତେ ଜାବୁଡି ବସେ,

ସେଇଠି ତା'ଦେହର ବାସ୍ନା

ମହ ମହ ହୋଇ ବାସେ |


ଅନ୍ଧାର ଭିତରେ ସେଇଠି

ଦେହରେ ନିଆଁ ଜଳେ,

ପ୍ରୀତିଭରା ରାତି ସେଇଠି

ଦେହରେ ତାତି ବଢାଏ,

ପତଂଗ ସାଜି ପ୍ରିୟା ସେଇଠି

ଅନଳରେ ଝାସ ଦିଏ |


ତା' ଆଖିର କଜଳ ସେଇଠି

ରାତିକୁ ଆହୁରି ଅନ୍ଧାର କରେ,

ତାର ଓଠର ରଙ୍ଗ ସେଇଠି

ଦେହର ପୃଷ୍ଠାକୁ ଚିତ୍ରିତ କରେ,

ଘନ ଘନ ନିଶ୍ୱାସ ପ୍ରଶ୍ୱାସ ସେଇଠି

ଅଣଚାଶ ପବନ ପରି ବହେ |


ଦେହ,ପ୍ରାଣ,ମନ ସେଇଠି

ନୀରବର ଭାଷା ଖୋଜେ,

ସବୁ ମାନ ଅଭିମାନ ସେଇଠି

ମହମ ପରି ତରଳି ଯାଏ |

ଯେଉଁଠି ରାତି ବାନ୍ଧି ହୋଇଯାଏ

ତା' ଘନ କଳା କବରୀରେ,

ସେଇଠି ଦିନକୁ ପଛରେ ପକାଇ

ରାତି ପ୍ରୀତି ଜଗାଏ |



Rate this content
Log in