Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ଓଡ଼ିଆ ଗଳ୍ପ ଓ କବିତା - ୩

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୩

Classics

ଆମ ପରିବେଶ

ଆମ ପରିବେଶ

1 min
6.7K


ବିଷ୍ଣୁଚରଣ ଅଟ୍ଟନାୟକ


ପିନ୍ଧିବାକୁ ଜମା ଇଚ୍ଛା ହୁଏ ନାହିଁ

ମଇଳା ପୋଷାକଟିଏ,

ପଢିବାକୁ ମନ ଭଲଲାଗେ ନାହିଁ

ଥିଲେ ଚିରା ବହିଟିଏ l

ଚାଲିବାକୁ ଭାରି ଅନିଚ୍ଛା ଲାଗଇ

ରାସ୍ତାଟି ଅସନା ଥିଲେ,

ବସିବାକୁ ଭାରି ଖରାପ ଲାଗଇ

ଦୁର୍ଗନ୍ଧରେ ବାସୁଥିଲେ l

ଖାଇବାକୁ ମୋଟେ ଇଚ୍ଛା ହୁଏ ନାହିଁ

ପଚାଶଢା ହୋଇଥିଲେ

କଟାହେବା ପାଇଁ ମନ ଚାହେଁ ନାହିଁ

ହୃଦୟ ସ୍ବଚ୍ଛ ନଥିଲେ l

ରୋଗ ଯେତେସବୁ ମାଡି ଆସୁଥାଇ

ପରିଷ୍କାର ନ ରହିଲେ

ତଥାପି ମଣିଷ ଟିକେ ବୁଝୁ ନାଇଁ

ଯେତେ ଯାହା ବୁଝାଇଲେ l

ମନ ଆମ ସଦା ସୁନ୍ଦର ଖୋଜଇ

ଚାହୁଁ ଥାଏ ସବୁ ଭଲ

ଆମ ପରିବେଶ ଅସୁନ୍ଦର ରଖି

ହେବା କିଆଁ କଲବଲ l

ଆସ ସାଙ୍ଗସାଥି ଭଉଣୀ ଓ ଭାଇ

ଶପଥ ନେବାରେ ଆସ

ପରିବେଶ ସ୍ବଚ୍ଛ ରଖିବା ପାଇଁ କି

କରିବା ସଦା ପ୍ରୟାସ l

ସ୍ବଚ୍ଛ ପରିବେଶ ରହିଲେ ରେ ଭାଇ

ମାଡିବନି କେବେ ରୋଗ

ମନ ସାଥେ ଭଲ ପରିବେଶ ପାଇଁ

ଏ ମାଟି ହେବ ସରଗ l


Rate this content
Log in