Audio

Forum

Read

Contests

Language


Write

Sign in
Wohoo!,
Dear user,
ପ୍ରଣତି ଲୁହର
ପ୍ରଣତି ଲୁହର
★★★★★

© Ajaya Mahala

Inspirational

2 Minutes   6.5K    7


Content Ranking

ଗାଡି ଦଉଡ଼େ ଆଗକୁ

ଗଛ ଦଉଡ଼େ ପଛକୁ

ପହଞ୍ଚିବାକୁ ପଡିବ ସଞ୍ଜ ଆଗରୁ

ମଝିରେ ରୋକିବାକୁ ମନା

ମା' ଶୋଇଛି

ଛତିଶଗଡ ସୀମାଠୁଁ

ପୁରୀର ସମୁଦ୍ର ପର୍ଯ୍ୟନ୍ତ ଯେମିତି

ଢାଙ୍କି ଦେଇଛି ତାକୁ କିଏ

ନୂଆ ବସ୍ତ୍ରରେ

ପିନ୍ଧାଇ ଦେଇଛି ସିନ୍ଦୂର ||


ପାଖରେ ଧୂପର ବାସ୍ନା

ଗଲା ଗ୍ରୀଷ୍ମରେ ବି

ଏହି ରାସ୍ତାରେ ଯାଇଥିଲୁ

ସୀମା ଭିତରେ ପଶିବା ମାତ୍ରେ

କେମିତି ବଦଳି ଯାଉଥିଲା ହାୱା

ଭାସି ଆସୁଥିଲା ବାସ୍ନା

ଆତ୍ମୀୟତାର

ଆଉ ଧାନବିଲର ବି

ନିଜ ମାଟିର ମହକ

ଆହାଃ କି ସ୍ବର୍ଗୀୟ

ଏଇ ଛୋଟ ବଜାରଟିରେ

ଗାଡି ରଖି ପିଜୁଳି ଖାଇଥିଲୁ

ଆଦରରେ ବିକାଳୀପିଲାଙ୍କୁ

'ହେ' , 'ବେ' କରି କହୁଥିଲି

ବାକି ପଇସା ନ ନେଇ

ଦେଖୁଥିଲି ତାଙ୍କ

ମୁଁହର ହସକୁ

ଆଜି କିଆଁ

ରାସ୍ତା ଏତେ ଖାଲି ଖାଲି ||


ହଜାର ଥର ଲେଖିବାକୁ ଚେଷ୍ଟା କଲି

ଓଡ଼ିଶା ବିଷୟରେ

କଲମ ଯାଇ ଅଟକୁ ଥିଲା

ବାରମ୍ବାର ମା' ପାଖରେ

ଯେମିତି କିଏ କହିଦେଉଛି

ଏଠିକାର ଶୂନ୍ୟତାକୁ ବୁଝି ହେବ

କେବଳ ମାଆର ଆଖିରେ

ଗାଡି ଗଡି ଚାଲିଛି ଆଗକୁ

ଗଛମାନେ ଦୌଡୁଛନ୍ତି ପଛକୁ

ରେଢ଼ାଖୋଲ ଆଖପାଖ

ଦୁଇ ପଟେ ନାଲି ନାଲି ମାଟି ରାସ୍ତା

ଛୋଟ ଛୋଟ ମାଟି ଛଟା ଘର

ଲାଗେ କେଉଁଠି ଯେମିତି

ଶୋଇ ରହିଛି ଭୀମଭୋଇଟିଏ

ଆଉ ଲୁଚେଇ ଲୁଚେଇ

ମଝିରେ ଗାଇ ଯାଉଛି

"ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ..."

ଉଦାସ କଣ୍ଠରେ

ଖାସ ମୋ ପାଇଁ

ସ୍ୱାଭାବିକ ଅବସ୍ଥାରେ

ସ୍ତ୍ରୀ ରାଗିଥାନ୍ତେ ନିଶ୍ଚିତ

ଭାଦ୍ରବ ମାସରେ

ଘରକୁ ଫେରେ କିଏ?


ନା ପିଲାଙ୍କ ଛୁଟି

ନା ପୂନେଇଁ ପରବ

ପୁଣି ଚାରିଆଡେ ମାଛି ଭଣଭଣ

ଏଇ ତ ଢେଙ୍କାନାଳ ବାଇପାସ

ଗତଥର ତାଳସଜ

ଚାରି ଆଠ ଗଣ୍ଡା

କଟେଇ ଖୋଇଥିଲି ପିଲାମାନଙ୍କୁ

ଫେରେଇ ଆଣିବାକୁ ଭାବନାରେ

ମୋ ପିଲାଦିନର ଓଡିଶା

ଗଛମାନେ ସେମିତି

ଦୌଡୁଛନ୍ତି ପଛକୁ

ଆଉ ଗାଡି, ଆଗକୁ

ଆଉ ଘଣ୍ଟାଏ ଲାଗିବ

ପହଞ୍ଚିବାକୁ

ଘରେ ଲୋକମାନେ କଣ କରୁଥିବେ?

ଖୁଡି ଗୋ ଆସ

ବଡବୋଉ ଆସ

ଦେହ ଆଉଁସି ଦିଅ

ପୁଅ ଆସିଛି

ବହୁତ ଦିନ ଆଗରୁ

ବୋଉ ଜ୍ବରରେ ପଡିଥିଲା

ସେତେବେଳେ ସମସ୍ତଙ୍କୁ

କହି ରଖିଥିଲା

ଭୁଲରେ ବି ଖବର ନ କରିବାକୁ

ପୁଅ ମାନଙ୍କୁ

"କେଉଁଠି କଣ କାମ କରୁଥିବେ

ମୋ ଛୁଆ

ଚମକି ପଡିବେ

ସବୁ ଛାଡି ଦଉଡି ଆସିବେ"

ଓଃ ମା !

ମୋ ଲୁହର ପ୍ରଣତି ତତେ

ତୁ ଯେମିତି କହି ଯାଇଛୁ

ସବୁ ଓଡ଼ିଆ ମାଆର

ହସ କାନ୍ଦର ସମଷ୍ଟି

ଏ ଜାତିର ସମ୍ପୂର୍ଣ ଇତିହାସ !

ଅନେଇ ବସିଥିବେ ଲୋକେ

ଉଦବିଗ୍ନ ହୋଇ

ବାରଣ୍ଡାରେ, ଭଙ୍ଗା କାଠବେଞ୍ଚରେ

କଥାବାର୍ତ୍ତା ହେଉଥିବେ

ମୋତେ ଅନୁକମ୍ପା ଦେଖାଉଥିବେ

କେତେକ ଗୁରୁଜନ

କେଡେ କଷ୍ଟରେ ଏତେ ଦୂରରୁ

ପିଲାମାନଙ୍କୁ ନେଇ ଫେରୁଛି ବୋଲି

ସ୍ତ୍ରୀ କହୁଛି-

ସ୍ୱର୍ଗଦ୍ୱାର ନେବା

ଘିଅ ଜଳାଇବା

ଚନ୍ଦନକାଠରେ ରେ ଚିତାଗ୍ନି ଦେବା ||


କିନ୍ତୁ ମୁଁ ଚାଲିଛି ନିଜକୁ ଖାଇଯାଉଥିବା

ଏକ ଭୟଙ୍କର ଶୂନ୍ୟତା ସହ

ସବା ସାନପୁଅର

ମିଥ୍ୟା ଅଧିକାର ନେଇ-

ମା ମୁହଁରେ

ନିଆଁ ଦେବାର ଅଧିକାର

ଭାବନାରେ ଚାଲିଗଲି

ସ୍ୱର୍ଗଦ୍ୱାରରୁ ସମୁଦ୍ରକୂଳକୁ

ସମର୍ପଣ ଭାବନାରେ

ଫିଙ୍ଗିଦେଲି ତା ଭିତରକୁ

ପଇସା ମୁଠାଏ

ପ୍ରାୟ ସବୁ ଗୁଡା ଫେରିଆସିଲା

କୂଳକୁ ଯେମିତି

ଫେରନ୍ତା ଲହରୀ ରେ

ପଢି ହେଉଥିଲା

ଏକ ସ୍ପଷ୍ଟ ତାତ୍ସଲ୍ୟ

"କି ପଇସା ଦେଖାଉଛୁ?"

ପ୍ରକୃତିସ୍ଥ ହେଲି

ମୁଁ ପହଞ୍ଚି ସାରିଥିଲି ଘର ଆଗରେ

ଗାଡି ତୁଳସୀ ଚଉଁରାଠୁଁ

ଟିକେ ଦୂରରେ ରହିଲା ||

ପ୍ରଣତି ଲୁହର ନିଆଁ ପୁରୀ

Rate the content


Originality
Flow
Language
Cover design

Comments

Post


Some text some message..