ଜୀବନ ଗୀତା-୧୯୯
ଜୀବନ ଗୀତା-୧୯୯
1 min
6.5K
ଜୀବନ ନିବିଡ ମୋହ
ଏଡାଇ ହୁଏନା ତାରେ
ଯେତେବି ଅନ୍ତରୁ ଚାହଁ ॥୦॥
ଶୀତଳ ଅଙ୍ଗାର ତଳର ନିଆଁ
ଯନ୍ତ୍ରଣା ମଧୁର ତାହାର ଛୁଆଁ
ହସହସ ଛଳଛଳ
କେବେ ସେ ଅସରା ଲୁହ ॥୧॥
ପାହାଡ ତୀଖର ବିଦାୟୀ ସୂର୍ଯ୍ୟ
କୋଣାରକ କାନ୍ଥର କାରୁକାର୍ଯ୍ୟ
ଖଟାମିଠା ହଟ୍ଟାକଟ୍ଟା
ରୁଦ୍ରାକ୍ଷ ସେ ମହୀ ରୁହ ॥୨॥