Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SARATA KUMAR DAS

Inspirational

2  

SARATA KUMAR DAS

Inspirational

ବିବର୍ଣ୍ଣା ଧରିତ୍ରୀ

ବିବର୍ଣ୍ଣା ଧରିତ୍ରୀ

1 min
6.9K


ଦୁର୍ଦିନର ଦ୍ବାରଦେଶେ

ମହାପ୍ରଳୟର ଅଗଣାରେ

ଶୂନ୍ୟତା ଓ ହତାଶାର ଚକ୍ରବ୍ୟୁହ

ନିଥିର ନିଶ୍ଚଳ ପଙ୍ଗୁ ଓ ଅଥର୍ବ

ଶୌର୍ଯ୍ୟ- ବୀର୍ଯ୍ୟ- କାନ୍ତିହୀନ

ସୂର୍ଯ୍ୟ ,ଚନ୍ଦ୍ର ,ଗ୍ରହ ,ନକ୍ଷତ୍ର

ଜଳ ,ସ୍ଥଳ, ଆକାଶ

ମାଟି, ପାଣି ,ଓ ପବନ ।

କ୍ଷୁଧାରେ ଆତୁର ମଣିଷ

ନିତି ନିତି ପରିବର୍ତ୍ତନ

ନୂଆ ନୂଆ ଉଦ୍ଭାବନ

କମାଣର ଭୋକ,

ପୁଣି କେତେ ଗୁଳି ଗୋଳା

ବୋମା ବର୍ଷଣର ବିକଟାଳ ରୂପ ।

ସଭ୍ୟ ସୁଶିକ୍ଷିତ ଭଦ୍ରମୁଖା ମଣିଷ

ଅଜ୍ଞତାର ରେଶମୀ ପୋଷାକ ତଳେ

ଦୁଃଖେ ଜର୍ଜରିତା ସର୍ବଂସହା ବସୁନ୍ଧରା ,

ଅଥଚ, ପ୍ରତିକ୍ରିୟାହୀନ

ନିଷ୍କ୍ରିୟ,ନିର୍ବାକ ଓ ନିସ୍ତେଜ ।।


ଚିର ବନ୍ଦିନୀ ଏ ସବୁଜ ବନାନୀ

ଔଧତ୍ୟର ବିଷ ବଳୟ ଘେରରେ ,

ପରିବେଶ, ପରିସଂସ୍ଥା ଓ ଜୈବବିବିଧତା

ସଂକ୍ରମିତ ଭୀତତ୍ରସ୍ତ

ଧୂଆଁ ଧୂଳି କେତେ ବିଷାକ୍ତ ବାଷ୍ପର

ଆତଙ୍କବାଦୀ ଆକ୍ରମଣ ରେ ।

ପ୍ରଚଣ୍ଡ ଗ୍ରୀଷ୍ମ ର ଲେଲିହାନ ଶିଖା

କାଳବୈଶିଖୀର କରାଳତା

ବିପର୍ଯ୍ୟସ୍ତ ଏ ଜୀବଜଗତ

ପ୍ରାକୃତିକ ରୁ ଅପ୍ରାକୃତିକ

ଅମୃତ୍ୟୁରୁ ମୃତ୍ୟୁ ର ସଂଧାନ ,

ଆଧୁନିକତାର ଚରମ ପିପାସା

ପ୍ରାକୃତିକ ସମ୍ପଦର ଦିଶାହରା ଶୋଷଣ

ଖଣିଜ ପଦାର୍ଥ ର ଭାରସାମ୍ୟହୀନଉତ୍ତୋଳନ

ଯୋଜନ ଯୋଜନ ଦୂରତା

ଆଦିମତାରୁ ଉଗ୍ର ଆଧୁନିକତା

ଯକ୍ଷ୍ମା ,କର୍କଟ, ହୃଦଘାତର କରାଳ ବିଭୀଷିକା

ବଂଚିବାର ସବୁରାସ୍ତା ବନ୍ଦ ।।


ପରିବେଶ ସୁରକ୍ଷା ସୁଦୀର୍ଘ ବିକଳ୍ପ

ପାଦପ ରୋପଣେ ଜୀବନ ରକ୍ଷା

ବିପର୍ଯ୍ୟସ୍ତ ବିଦୀର୍ଣ୍ଣ ପୃଥିବୀ ର ନବ ଉନ୍ମେଷ

ଅସଚେତନତାରୁ ସଚେତନତା

"ପୋଷଣୀୟ ବିକାଶ"ର ଯାଦୁକାରୀ ମନ୍ତ୍ର

ସବୁଜ ଶ୍ୟମଳିମାର ମହାର୍ଘ ସମ୍ଭାର

ଏକ ନୂତନ ସୂର୍ଯ୍ୟଦୋୟ

ସମ୍ଭାବନା ନୂଆ ସକାଳର

କୁଳୁକୁଳୁ ସ୍ବର ପାହାଡିକନ୍ୟାର,

ବିହଙ୍ଗ କୂଜନର ମଧୁରତା

ବଂଚିବାର ନୂଆ ଏକ ରାସ୍ତା ,

ଚିର ଶାଶ୍ବତ ଅମୃତର ବର୍ଷା

ଧ୍ବଂସୀଭୂତ କୁଢ କୁଢ ହାଡ ଓ ମାଂସ ରୁ

ସୃଜନର ମଧୁର ମୂର୍ଚ୍ଛନା

ମୃତ୍ୟୁ ରୁ ଅମୃତ୍ୟୁକୁ ଯାତ୍ରା

ହେଉ ଆଜିର ଅନୁଚିନ୍ତା !!

-------------------------------

("ବିଶ୍ବ ପରିବେଶ ଦିବସ" ଉପଲକ୍ଷେ ଏ କବିତା ଟି ରଚିତ।)


ଅଧ୍ୟାପକ ଶରତ କୁମାର ଦାସ

ବଡବିଲ ମହାବିଦ୍ୟାଳୟ, ବଡବିଲ,କେନ୍ଦୁଝର।


Rate this content
Log in