Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ambika Swain

Inspirational

2  

Ambika Swain

Inspirational

ଧୈର୍ଯ୍ୟ

ଧୈର୍ଯ୍ୟ

1 min
6.9K


ସମସ୍ୟା ବହୁଳ ଜୀବନ ରେ ଆମ

କେତେ ସମସ୍ୟା ଆସିବ

ସବୁକୁ ସାମ୍ନା କରି ବଞ୍ଚିବାକୁ

ଧୈର୍ଯ୍ୟର ଲୋଡ଼ା ପଡିବ ।

ଭାଙ୍ଗି ପଡିଲେ ଚଳିବନି ଯେ

ଜୀବନର ଚଲା ପଥେ

ଧୈର୍ଯ୍ୟକୁ କରିଣ ଜିତିବାର ଅସ୍ତ୍ର

ଆଗେଇବା ତାର ପଥେ ।

ଜୀବନର ରଙ୍ଗମଞ୍ଚ ନାଟକରେ

ଚାଲିଛି ଆମ ଅଭିନୟ

ସେହି ଅଭିନୟ ଜୀବନ ଖେଳରେ

ହୋଇ ଯିବା ଆମେ ତନ୍ମୟ ।

ଦୁଃଖ ସୁଖ କେତେ ଜୀବନେ ଆସିବ

ଏହା ତ ସଂସାର ନିୟମ

ଦୁଃଖ ସୁଖକୁ ସମ ମଣି କରି

ବଞ୍ଚିବା ଆମେ ଜୀବନ ।।

ଅମ୍ବିକା ସ୍ଵାଇଁ


Rate this content
Log in

Similar oriya poem from Inspirational