Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Parshuram Biswal

Others

0.5  

Parshuram Biswal

Others

ଗଛ ହିଁ ଜୀବନ, ଗଛ ଆମ ପ୍ରାଣ

ଗଛ ହିଁ ଜୀବନ, ଗଛ ଆମ ପ୍ରାଣ

1 min
6.7K


ଗଛ ହିଁ ଜୀବନ, ଗଛ ଆମ ପ୍ରାଣ

 

ପର୍ଶୁରାମ ବିଶ୍ୱାଳ

 

ହେ ଜଗନ୍ନାଥ ! ଜଙ୍ଗଲୀ ହନୁ ମୁଁ, ଶୁଣିମା ହେଉ ଗୁହାରି

ତମରି ଭକତ ବୋଲି ଏ ଜଗତେ ପଡ଼ିଅଛି ସିନା ହୁରି

କିମିତି ବଞ୍ଚିବି କୁହ ହେ ଠାକୁର

ଜଙ୍ଗଲ ଯାଉଚି ସରି ।

 

ନିଜ ସ୍ୱାର୍ଥ ପାଇଁ ନିତି ଏ ମଣିଷ କାଟଇ କେତେ ଯେ ଗଛ

କାହୁଁ ପାଇବ ସେ ଅମ୍ଳଜାନ ଟିକେ, ଭାବୁନାହିଁ ଆଗପଛ

ମୋର ପିଲାଛୁଆ ଫଳ-ଫୁଲ କାହିଁ

ପାଇବେ ହେ ଗିରିଧାରି !

 

ଜଙ୍ଗଲ ତ ନାହିଁ, ଜୀବଜନ୍ତୁ ସବୁ ଗାଆଁମୁହାଁ ଧଇଲେଣି

ଫସଲ ଉଜାଡ଼ି ମଣିଷକୁ ମାରି ଅନୀତି କାମ କଲେଣି

ଜଙ୍ଗଲୀ ହେଲେ ବି ଏ କି ଆମ ଦୋଷ

କୁହ ହେ ବିଚାର କରି ।

 

ନିୟମିତ ବର୍ଷା ହେଉନାହିଁ ଆଜି, ଅଂଶୁଘାତ ଆସେ ମାଡ଼ି

ବଣ ସଫା କରି ବସି କି ପାରିବ ଏ ମଣିଷ ନିଶ ମୋଡ଼ି

ଗଛ ନରହିଲେ ପରିବେଶ ଆଜି

ପ୍ରଦୂଷଣେ ଯିବ ଭରି ।

 

ହେ ମହାପ୍ରଭୁ ! ବୁଝେଇକି ସତେ କହିବୁ ମଣିଷ ଜାତି

ଲଗାଉ ସେ ଗଛ, ପାଳିବ ତା ପିଲାଛୁଆ ପାଳୁଚି ଯେମିତି

ଗଛ ହିଁ ଜୀବନ, ଗଛ ଆମ ପ୍ରାଣ

ଭାବନାଟି ଯାଉ ଭରି ।

 

ଗ୍ରା.-ମିତ୍ରସେନପୁର, ପୋ.ଅ.-ଗମୁଁ

ଭା.-ଇନ୍ଦୁପୁର, ଜି.-ଯାଜପୁର, ପିନ୍-୭୫୪୨୧୪

ଫୋନ୍-୯୮୫୩୭୫୯୭୦୦

*****


Rate this content
Log in