Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା-୭୪

ଜୀବନ ଗୀତା-୭୪

1 min
6.7K


ଜୀବନ ଗୀତା-୭୪
 
କେତେ ଅସମ୍ଭବ ସମ୍ଭବ ହୋଇଛି
ଏଇ ଜୀବନେ
କେତେ ସଂକଳ୍ପ ତ ଭାଙ୍ଗି ବି ଯାଇଛି
ଏଇ ଜୀବନେ ॥୦॥
 
ଲକ୍ଷ୍ମଣରେଖାକୁ ପାର କରିନାହିଁ
ବଚନ ଦେଇନି ଭାଙ୍ଗି
ରାଣ ପୁଣି କେବେ ରଖିହେଇନାହିଁ
ନିୟମ ଯାଇଛି ଲଂଘି
କେତେ ଅଘଟଣ ଘଟି ତ ଯାଇଛି
ଶୁଭ ଲଗନେ ॥୧॥
 
ପବନରେ ଫାଶ ପକାଇଛି କେତେ
ଚାତୁରୀ କରି କଥାରେ
ସହଜ କଥାଟେ ବୁଝିହେଇନାହିଁ
ପଶିନି ପୁଣି ମଥାରେ
କେବେ ବିଫଳତା କେବେ ସଫଳତା
ଲକ୍ଷ୍ୟ ସଂଧାନେ ॥୨॥


Rate this content
Log in