Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ranjan Kumar Brahma

Inspirational Others

5.0  

Ranjan Kumar Brahma

Inspirational Others

ୠତୁରାଜ

ୠତୁରାଜ

1 min
7.0K


 ଆସ ଫଗୁ ଖେଳିବା

 ଆସ ହୋଲି ପାଳିବା ।

 ରାସ ରଙ୍ଗ ଉଲ୍ଲାସରେ

 ମଜା ମେଳି କରିବା ।। ୧।।

 ୠତୁ ବସନ୍ତ ଏହି

 ନବ ବର୍ଷ ବୋଲାଇ ।

 ଆମ ଜ୍ୟୋତିଷ ଶାସ୍ତ୍ରରେ

 ଲେଖା ରହିଛି ଭାଇ ।।୨।।

 ଆମ ପୁରାଣ କହେ

 ତାହା ଏମନ୍ତ ହୁଏ ।

 ଆଦ୍ୟେ ମନୁ ଜନ୍ମିବାରୁ 

 ତିଥି ମନ୍ମାଦି ବୋଲାଏ ।।୩।।

 ପୌରାଣିକ ଆଖ୍ୟାନ

 ସେ ହୋଲିକା ଦହନ ।

 ବିଷ୍ଣୁ ଭକ୍ତ ପ୍ରହଲ୍ଲାଦ

 ରାସ ଲୀଳା ଉପାଖ୍ୟାନ ।୪।

 ଏହି ତିନୋଟି ଉତ୍ସ

 ଆମ ଫଗୁ ମଉଜ ।

 ୠତୁ ସଂହାର ସ୍ଵର୍ଗରେ

 ଋତୁରାଜ ସାହିତ୍ୟ ।।୫।।

 କାହିଁ କେଉଁ କାଳରୁ

 ମୋଗଲ ଶାସନ ବେଳୁଁ ।

 ରଜା ପ୍ରଜା ଏକା ହୋଇ

 ଆମେ ରଙ୍ଗ ଯେ ଖେଲୁ ।।୬।।

 ସାଖି ଯମୁନା ମେଳା

 ଝାଞ୍ଜ ଖଞ୍ଜଣୀ ପାଲା ।

 ଝୁମୁଥିଲା ରାସ ରଂଗେ

 ଆମରି ଲାଲ କିଲା ।।୭।।

ତାହା ଆଜି ବି ଅଛି 

 ଯାହା ଭଲ ଲାଗୁଛି ।

 ସବୁରି ହୃଦୟେ ନୂଆ

 ଉନ୍ମାଦନା ଭରୁଛି ।।୮।।

 ଆସ ସର୍ବେ ଏକାଠି 

ହୃଦେ ଭାବକୁ ରଖି ।

 ଭାତ୍ରୁଭାବ ଦେଶପ୍ରେମେ

 ହୋଲି ଖେଳିବା ମିଶି ।।୯।।

  ରଞ୍ଜନ କୁମାର ବ୍ରହ୍ମା 

 CRCC, ଚିକିଟୀଗଡ଼)


Rate this content
Log in

Similar oriya poem from Inspirational