ରାମ
ରାମ
ଯୁଗପରେ ଯୁଗ ଧ୍ବନୀ ତୋଳେ ଯେଉଁ ନାମଟି କେତେ ଲୋକକଥା ,
ସାହିତ୍ଯର ପ୍ରଛଦ କାହାଣୀ ସାଜି
ସେ ନାମଟି ଅଭିଷିକ୍ତ ଅଖଣ୍ତ ବିଶ୍ବାସରେ ସିକ୍ତ
ଶତ ସହସ୍ର ଅନ୍ତର ସିଂହାସନରେ ା
ମର୍ଯ୍ୟାଦା ଯେଉଁଠି ବିରୋଧ ସେଇଠି ନ୍ୟାୟରେ
ସେଇ ନାମଧାରୀଟି ସହିଛି ଆଉ ସହୁଛି ଏବେ ବି
ଅନେକ ବିରୋଧାଭାସର ତୀବ୍ର କଟାକ୍ଷ
ତଥାପି ତିଷ୍ଠି ରହିଛି ନିଜସ୍ବ ମହତ୍ବରେ ା
ଅନ୍ଧର ହାତୀ ଦର୍ଶନ ଭଳି ତୁମ ପ୍ରତି ଜ୍ଞାନମୋର
ସ୍ବଳ୍ପ ଆଉ ସୀମିତ ଉପଲବ୍ଧି ମାତ୍ର
ସେତିକିରେ ଅନ୍ତର ମୋ ଚିର ବଶମ୍ବଦ ,
ନମ୍ରତା ,ଶୀଳତା ,ଆଉ କାକୁସ୍ଥ ମନ ଭିତରେ
ସାଧାରଣ ସ୍ବାର୍ଥୀ ମଣିଷଟି କ'ଣ ତ୍ଯାଗୀପାରେ
ଭୋଗ ଆଉ ବିଳାସର ବିପୁଳ ସମ୍ପଦ ?
ତମେ କେବଳ ତମେ ବୋଲି ସିନା ହେ ରାମ
ବିସର୍ଜି ପାରିଲ ନିଜ ଜୀବନକୁ
ଅଗ୍ନି ଶିଖାର ସେ ଲେଲିହାନ ଜ୍ବାଳାରେ,
ହଁ ମାଆ ସୀତାଙ୍କ ଦେହରେ ସେଦିନ ତୁମେ ଇ
ଝାସିଥିଲ ନିଜକୁ ସମାଜ ଦାୟରେ
ପୁରୁଷର ପ୍ରେମ ବଳରେ ନାରୀ କ'ଣ କରି ନପାରେ !!
ଆଉ ତୁମେ ଆସିବାର ଆବଶ୍ୟକ ନାହିଁ
ତୁମ ନାମର ଶକ୍ତି ଏତେ ସୁଦୂରପ୍ରସାରୀ
ସେତିକିରେ ଗଢି ଉଠେ ନୂଆଯୁଗ ପାପକୁ ବିଧ୍ବଂସୀ
ପୂଜା ପାଉଥାଅ ତୁମେ ସହସ୍ର ଅନ୍ତରେ
ତୁମ ପୂଣ୍ୟ ଜନ୍ମତିଥି ପାଳୁଥିଉ ସମାଜ
ପ୍ରତି ଓଷ୍ଠାଧାର ହେଉ "ରାମ" ନାମ ପିଆସୀ