Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Parshuram Biswal

Others

2  

Parshuram Biswal

Others

ଅଛି ସବୁ ଚିଜ, ଭକତିଟି ନାହିଁ

ଅଛି ସବୁ ଚିଜ, ଭକତିଟି ନାହିଁ

1 min
6.7K


ଅଛି ସବୁ ଚିଜ, ଭକତିଟି ନାହିଁ

 

ପର୍ଶୁରାମ ବିଶ୍ୱାଳ

 

ଆହେ ଜଗନ୍ନାଥ କାଳିଆ ଠାକୁର ତୋ ନବକଳେବର

ଦେଖିପାରିବିନି ଏଇଠି ଥାଇ ମୁଁ କରୁଚି କୋଟି ଜୁହାର

କଥା ଦେଏ ଖାଲି ବଦଳେଇଦବୁ

ଏ ଓଡ଼ିଆ ପୁଅ ତୋର ।

 

କେତେ ରଙ୍ଗଢଙ୍ଗେ କରୁଚି ତୋ ପୁଅ ଠାକରପୂଜାଟି ଏଠି

ଅଛି ସବୁ ଚିଜ, ଭକତିଟି ନାହିଁ, ଦୁଃଖଟି ସିନା ସେଇଠି

ଦେଏ ତାକୁ ବୁଦ୍ଧି, କରିବ ସେ ପୂଜା

ଛାଡ଼ି ତା’ର ଆଡ଼ମ୍ବର ।

 

ବୁଢ଼ା ବାପା-ମାଆ କାନ୍ଦନ୍ତି ଦେଖୁଚୁ ପଚାରୁନାହିଁ ତା ପୁଅ

ତାଙ୍କ ମଲାକାମେ ବହୁଚି ସିନାରେ ହଜାର ଲକ୍ଷର ସୁଅ

ଇଏ କିବା କଥା କହରେ କହ୍ନେଇ

ଇଏ କିଭଳି ବିଚାର ?

 

ଅଣଚାଶୀ ବାଆ ବହୁଚି ତା ଘରେ ନାହିଁ ବୋଲି ତେଲଲୁଣ

ଏତେ ମଦଖିଆ ଖରଚ ବଢୁଚି ଛକରେ ତା ଭିଡ଼ ଜାଣ

ଏଇକଥା ଦେଖି କେମିତି ତୋ ଦିହ

ସହୁଚି ଆହେ ଠାକୁର !

 

ଗ୍ରା.-ମିତ୍ରସେନପୁର, ପୋ.ଅ.-ଗମୁଁ

ଭା.-ଇନ୍ଦୁପୁର, ଜି.-ଯାଜପୁର, ପିନ୍-୭୫୪୨୧୪

ଫୋନ୍-୯୮୫୩୭୫୯୭୦୦

*****


Rate this content
Log in