ଉତ୍କଳ ଜନନୀ
ଉତ୍କଳ ଜନନୀ
ଉତ୍କଳ ଜନନୀ
ଭାରତ ମାତାର କୋଳେ, ଉତ୍କଳ ଜନନୀ ଦୋହଲେ
ଏକ ଅତି ସୁନ୍ଦର ପ୍ରଦେଶ
କଳିଙ୍ଗ ପ୍ରାଚୀନ ନାମ, ମନେ ଜାଗେ ସମ୍ଭ୍ରମ
ମନୋରମ ମନୋହର ବେଶ ।
ଅଧୁନା ଓଡିଶା ନାମ, ଅଛି ଏକ ଶ୍ରୀଧାମ
ରାଜଧାନୀ ଭୁବନେଶ୍ଵର
ଅଜସ୍ର ଦେବୀ ଓ ଦେବ, ଦର୍ଶନ ନୁହେଁ ଦୁର୍ଲଭ
ଆବିର୍ଭୂତ ସ୍ଵୟଂ ଈଶ୍ଵର ।
ମନ୍ଦିର ନଗରୀ ପୁରୀ, ସମୁଦ୍ର ରହିଛି ଘେରି
ପ୍ରଭୁ ଜଗନ୍ନାଥଙ୍କ ନିବାସ
କି ବିଶାଳ ମନ୍ଦିର, ଦେଖି ନତ ହୁଏ ଶିର
ଦର୍ଶନେ କଳୁଷ ବିନାଶ ।
ସାଗରର ତଟଭୂମି ଢେଉର ପାହାଡ ଚୁମ୍ବି
ଯୁଗ ଯୁଗ ଧରି ବିଦ୍ୟମାନ
ନୀଳାଞ୍ଚଳର ସେହି କୋଳେ, ନୀଳାକାଶ ଢଳି ପଡେ
କେଜାଣି କେମିତି ଆକର୍ଷଣ ।
କୋଣାର୍କ ଯେତେ ଦେଖେ କାହିଁ,
ମନକ୍ଷୁଧା ମେଣ୍ଟେ ନାହିଁ
କେବେକାର ସୂର୍ଯ୍ୟ ମନ୍ଦିର
ଶତାଧିକ ବର୍ଷକାଳ,ଶିଳ୍ପ ଏକ ନିର୍ଭେଜାଳ
କାରୁକାର୍ଯ୍ୟ ଖଚିତ ଏକ ନୀଡ ।
ଲିଙ୍ଗରାଜ, ବୁଦ୍ଧମନ୍ଦିର, ସହସ୍ର ଭକ୍ତଙ୍କ ଭିଡ
ଆଉ ଅଛି ନନ୍ଦନ କାନନ
ଉଦୟଗିରି ଖଣ୍ଡଗିରି ରାଜଧାନୀକୁ ରଖିଛି ଘେରି
ଆଉ କେତେ ଦେବି ବିବରଣ ।
ପାରାଦ୍ଵୀପ ସମୁଦ୍ର କୂଳେ, କେତେ ଯେ ଜାହାଜ ବୁଲେ
ବର୍ଣ୍ଣମୟ ବିଚିତ୍ର ବନ୍ଦର
ଚିଙ୍ଗୁଡି ମାଛର ପାତ୍ର, ପଡିଥାଏ ଯତ୍ର ତତ୍ର
ସୁଆଦ ତାର କେତେ ସୁନ୍ଦର ।।
ଚିଲିକା ହ୍ରଦର ନାମ, ସବା ମୁହରେ ଅବିରାମ
ନ ଦିଶିଲେ ଅସମ୍ପୂର୍ଣ୍ଣ ରହେ
ଦେଶୀ ଓ ବିଦେଶୀ ପକ୍ଷୀ; ଯିବ ଯଦି ଆସ ଦେଖି
ମନଟିଏ କେତେ ଖୁସୀ ହୁଏ ।
ବନଜ ଓ ଖଣିଜେ ପୂର୍ଣ୍ଣ, କୃଷିରେ ସ୍ଵୟଂ ସମ୍ପୂର୍ଣ୍ଣ
କେଉଁଥିରେ ନୁହେଁ ଅବନତ,
ବାର ମାସେ ତେର ପର୍ବ, ସଂସ୍କୃତି ସାହିତ୍ୟର ଗର୍ବ;
ବିଶ୍ଵ ସାରା ସର୍ବେ ଅବଗତ ।
ଲଲିତ ଗିରି, ପୁଷ୍ପଗିରି, ପ୍ରାଚୀନ ଶିକ୍ଷାର ସିଡ଼ି
ସେ ଥିଲା ଏକ ଗୌରବର କଥା
ଜୟତୁ କଳିଙ୍ଗ ପ୍ରଦେଶ, ଏଇଠି ବି ହେଲାନି ଶେଷ,
ଆଉ କେତେ ଅଛି ଶତ ଗାଥା ।
ସମ୍ବଲପୁରର ଶାଢୀ, ଦେଶବିଦେଶେ ଗଲାଭରି
ଆଉ ଅଛି ନୃତ୍ୟ ଏବଂ ଗୀତ
ଓଡିଶୀ ନୃତ୍ୟର ଯଶ, ନ ଜାଣଇ କେଉଁ ଦେଶ
ଶିଳ୍ପ ଓ କଳାରେ ଶୌ~ଭିତ ।
ନେତାଜୀ ସୁବାଷ ବସୁ, ଉତ୍କଳେ ଥିଲେ ଶିଶୁ
କି ମହାନ୍ ମାନବ ବିଶାଳ
ଉତ୍କଳ ମଣି ଗୋପବନ୍ଧୁ ସହୃଦୟ ସମାଜବନ୍ଧୁ
ଦୁଃସ୍ଥ ଜଣଙ୍କ ଏକ ଢାଳ ।
ପାହାଡ ପର୍ବତ ନଈ, କେତେ ଯେ ହିସାବ ନାହିଁ
ପ୍ରକୃତିର ଅପୂର୍ବ ଏକ ଦାନ,
ସହଜ ସରଳ ଲୋକ, ନର କିମ୍ବା ନାରୀ ଦେଖ
ଅତିଥିଙ୍କୁ କରନ୍ତି ସମ୍ମାନ ।
ଧନ୍ୟ ମମ କର୍ମ ଭୂମି, ତବ ଶ୍ରୀ ଚରଣ ତୁମ୍ବି
ଉତ୍କଳ ମାତେ, କୋଟିଏ ପ୍ରଣାମ
ଆଶ୍ରିତ ମା’ ତବ କ୍ରୋଡେ
ବାନ୍ଧ ମାତ ସ୍ନେହ ଡୋରେ
ଜାଣେ ମା’ ଉଦାର ତବ ଧାମ ॥