କବିତାର ଆରପାଖ - 15
କବିତାର ଆରପାଖ - 15
1 min
6.8K
ମୁଁ ବିତେଇ ଦେଇଥିବା
ରାତିମାନେ କଣ
ଏମିତି ବିତିଗଲେ!
ନା କେଉଁଠି
ସାଇତା ହୋଇ ରହିଗଲେ?
ବଡ ଗଉଁ
ପହ୍ନେଇଥିବା ରାତିଙ୍କର
କେଡେ ବିକଳ
କଅଁଳା ସ୍ବପ୍ନଙ୍କର।।
କଣ, କେତେଜଣ
ସ୍ବପ୍ନ ଦେଖି
କଣ ଓଲଟେଇ ଦେଇଛ ଯେ
ରାତି ନପାହୁଁଣୁ
ମଧୁମେହ କରେ ଚହଲକଦମ
ତ ଚାଙ୍ଗୁଡିରେ ଚୋରି ଫୁଲ
ଚଢେ ଦଇବ ମୁଣ୍ଡରେ
ନଥାଏ ବୋଲି
ଆସ୍ଥା ସ୍ବପ୍ନରେ!!
ରାତି ଆଲୁଅ ପରି
ନା ଝର୍କା ଦେଇ ପଶିପାରେ
ନା ଖସିପାରେ,
ଗୋଟେ ବିଛଣାଚାଦର ପରି
ଖାଲି ବିସ୍ତାରିତ ହୁଏ।
ମୋର ବେରଙ୍ଗୀ ଚାଦର
ମୁଁ ତାକୁ ଭାଙ୍ଗି
ଚାରିଚଉତା କରି
ମୁଣ୍ଡ ତଳେ ଦେଇ
ଅନିଦ୍ରା ହୁଏ।
ଅନୀଲ କୁମାର ପାଢୀ