Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Narayan chandra Senapati

Tragedy Inspirational

3  

Narayan chandra Senapati

Tragedy Inspirational

ପ୍ରେରଣା

ପ୍ରେରଣା

1 min
273



ତୁମର ଗୋଟିଏ ହଁ

ମୋ ମନରେ ସୃଷ୍ଟି କରୁଥିଲା

ଆତ୍ମବିଶ୍ୱାସର ଅଫୁରନ୍ତ ଉନ୍ମାଦନା,

ତୁମର ଟିକିଏ ନାଁ

ମୋ ହୃଦୟକୁ ବୁଡାଇ ମାରୁଥିଲା

ହତାଶାର ଲବଣାକ୍ତ ସାଗରରେ,

ସେଦିନ ସିନା ଅଧାବାଟରେ

ଛାଡ଼ିଦେଇ ମୋତେ ଚାଲିଗଲ

ଜାଣିଛ.???

ତୁମ ବିନା ମୁଁ ପାଲଟିଗଲି

ଶାରୀରିକ ବିକଳାଙ୍ଗ ତ

ମାନସିକ ଅନଗ୍ରସର।।


ତୁମର ଚେନାଏ ହସ,କୁନି କୁନି ପ୍ରଶଂସା

ଉତ୍ସାହର ପେଡି ଖୋଲି

ଦେଉଥିଲା ସଫଳତାର ସଜ ପରଶ,

ଅଳପ ଟିକିଏ ଅଣଦେଖା,ସମାଲୋଚନା

ବିଫଳତାର ହଲାହଳ ଦେଇ

କରୁଥିଲା ନିଃସଙ୍ଗ ଅନାଥ,

ତୁମେ କଣ ଜାଣିନ ???

ତୁମ ବିନା ମୁଁ କ୍ଷତାକ୍ତ,ମୁମୂର୍ଷୁ ଓ ମୃତ,

ତେବେ ଆସ 

ମୋ ହାତ ଧରି ଶିଖାଅ ଚଢା 

ଜିଗୀଷାର ହିମାଳୟ

ତୋଳି ଧାରାଅ ଅଭୀପ୍ସାର ସଜ ପାରିଜାତ,

ଆଉ ଧୀରେ ଧୀରେ କୁହ

ଏ ରାଗିଛ କି???

ମୁଁ ପରା ତୁମ ମନ ପ୍ରାଣ 

ଆଉ ଆତ୍ମାର ପ୍ରେରଣା।



Rate this content
Log in