Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Bijay Prusty

Fantasy

3  

Bijay Prusty

Fantasy

ବେସୁରା ଗୀତି-୭୩୬

ବେସୁରା ଗୀତି-୭୩୬

1 min
6.6K


ବର୍ଷା ତୁ ଆଜି ରୁଷି ଗଲା ପରେ

ଜୋଛନା ଛୁଉଁନି ଦେହ

ମଥା ପରେ ସୂର୍ଯ୍ୟ ଢାଳୁଛି ଉତ୍ତାପ

ଜଳି ଯାଉଛି ମୋ ଦେହ ॥

ଏତେ ଅଭିମାନୀ କଲା ତୋତେ କିଏ

କାହାଲୋ ବରଷା ରାଣୀ

ଟିକିଏ କଥାରେ ରୁଷି ଯାଉ କିଆଁ

କେହି ନ ପାରନ୍ତି ଜାଣି ॥

ଏ ସଂସାର ପରା ତୋହରି ଦୟାକୁ

ଚହିଁ ଥାଏ ଆଖି ଖୋଲି

ତୁ ରୁଷି ଉଭାନ ହୋଇ ଗଲେ କେଣେ

ଶୁଭେ ଖାଲି ମଲି ମଲି ॥

ଅଭିମାନ ତେଜି ଆ ଲୋ ବରଷା

ଚାହିଁଛନ୍ତି କେତେ ଜୀବ

ବରଷି ଯାଆ ଲୋ ସଭିଙ୍କ ପରାଣେ

ଭରି ନୂଆ ଅନୁଭବ ॥

ମୁଁ ସିନା ତୋ ପାଇଁ ପର ହୋଇଗଲି

ଅନ୍ୟମାନେ ହେବେ କିଆଁ

ସଭିଙ୍କ ପରାଣ ହସେଇ ଦେ ଲୋ

ଦେଇ ତୋର ପ୍ରୀତି ଛୁଆଁ ॥


Rate this content
Log in