Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Debabrata Jena

Others

2  

Debabrata Jena

Others

*ସପନର ନବବଧୂ*

*ସପନର ନବବଧୂ*

1 min
7.2K



କେଉଁ ହୃଦ କନ୍ଦରରୁ ନିର୍ଝରିତ ନିର୍ଝରିଣୀ ତୁମେ
କେଉଁ ରାଗୀଣିର ମଧୁ ସ୍ୱର ।
କେଉଁ ରାଇଜର କୁହୁକ ଜାଲର ମାୟାବିନୀ ତୁମେ
ଗଢିଦେଲ କେତେ ବାଲିଘର ।।।

ତୁମେ କେବେ ସାଜି ଆସିଲ ମୋ ପାଶେ ଅକ୍ଷାଂଶ ,ଦ୍ରାଘିମା
ମାନଚିତ୍ରେ- ରେଖା, ସମତଳ।
ମୁଁ କେବେ ସାଜିଲି ତୁମ ହୃଦୟର ଗ୍ରସ୍ତ ଉପତ୍ୟକା
ଶୁଷ୍କ ପ୍ରାନ୍ତେ ନୀର ପୂର୍ଣ୍ଣ କଲ ।।

ତୁମେ କେବେ କେବେ ସାହାରାର ମରୁ ପ୍ରାନ୍ତରର ରେଣୁ
କେତେ ଉତପତ ବାଲି ସ୍ତୁପ ।
ମୁଁ ଯେ ତୁମ ପାଇଁ କେବେ ପୁଣି ବନେ ନୀଳ ନଦୀ ସମ
ଅବା ହୃଦୟର ମିଠା ଗଳ୍ପ ।।

କେବେ ବରଫର ଶୁଭ୍ରକାନ୍ତି ସମ ସ୍ୱଚ୍ଛ ଓ କଠିନ
ଉଷ୍ମତାରେ ହୁଅ ବିଗଳିତ ।
ହୃଦ ସାଗରର ଅସରନ୍ତି ମୁକ୍ତା ମୋତି ଓ ମାଣିକ
ମନ ଉର୍ମି କେବେ ତରଙ୍ଗିତ ।।

ହେଲେ ମନ କାହିଁ ଅମାନିଆ ସାଜେ ପ୍ରତୀକ୍ଷିତ ଆଶା
ଆକାଂକ୍ଷାର କେତେ ଚିତ୍ର ଆଂକେ ।
ମନ ଗାଲିଚା ଓ ହୃଦ କାନଭାସେ ରଂଗତୁଳୀ ଧରି
ମୁକ୍ତାକାଶେ ପୁଣି ତୋତେ ଦେଖେ ।।

ଆହେ ମୋର ପ୍ରିୟତମା-ଅନୁପମା ଫେରି ଆସ ତୁମେ
ସାଜି ସପନର ନବବଧୁ ।
ମୋ ପରାଣ ବୀଣାର ଝଙ୍କୃତ ବନି ରୁଣୁ ଝୁଣୁ ସାଜି
ସାଉଁଟିଵି ତୋର ସପ୍ନେ ଇନ୍ଦୁ ।।



Rate this content
Log in