Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା- ୩୯

ଜୀବନ ଗୀତା- ୩୯

1 min
13.2K


ଜୀବନ ଗୀତା- ୩୯
 
ଜନମ ମରଣ ଚନ୍ଦ୍ରବନ୍ଧନୀରେ
ବନ୍ଧା ପଡିଛି ଜୀବନ
ଦେଖୁଦେଖୁ ଆୟୁ ସରିସରି ଆସେ
ଘୋରିଲା ପରି ଚନ୍ଦନ ॥୦॥
 
ଦିନ ବିତୁଥାଏ ଯେତେ
ସ୍ମୃତି ବଢୁଥାଏ ସେତେ
ଖଟାମିଠା ସ୍ମୃତିକୁ ସାଉଁଟି
ଯିବେ ହୋଇ ଆଗପଛ
କାଳିଗାଈ ଖାଇଦବ ଦିନେ
ମରିଯିବ ଫୁଲଗଛ
ଖୋଲିଦେଇ ଯେତେ ଅଫିଟା ଗଣ୍ଠିଲି
ଶକ୍ତ ରଜ୍ଜୁର ବନ୍ଧନ ॥୧॥
 
ରଙ୍ଗ ମାଖି ଅଭିନୟ
କରି ବିତିଲା ସମୟ
ରାଗରୋଷ ମାନ ଅଭିମାନ
ପଛରେ ପକାଇ ସବୁ
ଫେରିଯିବ ଫେରିବାଲା ଦିନେ
କାହିଁ ଆଉ ଏତେ ଭାବୁ
ମିଛମାୟାର ଏ ଦୁନିଆ ପାଇଁକି
କାହିଁକି କରୁ କ୍ରନ୍ଦନ ॥୨॥


Rate this content
Log in