Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Inspirational

3  

Sadananda Sahoo

Inspirational

ମାଆ ପରି କିଏ ହବ

ମାଆ ପରି କିଏ ହବ

1 min
7.0K


ମାଆ ପରି କେହି ନାହିଁ ଏ ଜଗତେ

ଭାବନାର ଅନ୍ତରାଳେ ,

ମାଆର ବିକଳ୍ପ ସତେ ଅସମ୍ଭବ

ଏତେ ବଡ ମହୀତଳେ !

ମାଆର ପଣତ ସୁରକ୍ଷା କବଚ

ବିପଦକୁ ଟାଳି ପାରେ ,

ମାଆ ପାଶେ ଥିଲେ ଫୁଲ ବର୍ଷା ହୁଏ

ବିଷରୁ ଅମୃତ ଝରେ !

ମାଆ ଆଶୀର୍ବାଦ ଶୁଭ ପ୍ରଦାୟକ

ଆହା କି ଏ ଭାବମୟ ,

ସବୁ ଅସମ୍ଭବ ହୁଅଇ ସମ୍ଭବ

କାହାକୁ ନ ଥାଏ ଭୟ !

ମାତା ଗର୍ଭ ଧାରୀ ବ୍ରତ ଉପଚାରି

ମଙ୍ଗଳ ବିଧାନ କରେ ,

ବାରମାସେ ତେର ପାଳଇ ପରବ

ଉପବାସେ ଦିନ ସରେ !

ଯେତେ ଦୂରରେ ଥିଲେ ଶୁଭ ସେ ମନାସେ

ସନ୍ତାନର ସୁଖ ପାଇଁ ,

ଫେରିଲା ବାଟକୁ ରହିଥାଏ ଚାହିଁ

ନିଦ ଜମା ଶୁଏ ନାଇଁ !

ଆଖିରେ ସପନ ଫେରିନି ମୋ ଧନ

ମାଆ କରେ ଗୁଣ ଗାନ ,

ମାଆ ଜାଣିପାରେ ଏ ଭବ ସଂସାରେ

ଅନ୍ତର ବେଦନା ଜାଣ !

ଯାତନା କବଳେ ମାଆ ଲୁହ ଢାଳେ

କରେ ନାହିଁ ପ୍ରତିବାଦ ,

ସନ୍ତାନର ସୁଖ ଏକମାତ୍ର ଲକ୍ଷ୍ଯ

କରେ ସିଏ ଫଳପ୍ରଦ !

ରୋଗ ଦୁର୍ବିପାକ ମାଆ କରେ ଦୂର

ମନ୍ଦିରରେ ଦୀପ ଜାଳି ,

ରାତି ଉଜାଗରେ ସେବା କେତେ କରେ

ପ୍ରୀତିର ପରଶ ଢାଳି !

ମାଆ ଚିହ୍ନେ ପେଟ ନକରି ଆକଟ

ଅମୃତ ମଣୋହି ଦେଇ ,

ମାଆ ପରି କିଏ ହବ କୁହ ସତେ

ସ୍ଵାର୍ଥରୁ ଊର୍ଦ୍ଧରେ ରହି !

ମାତା ଗର୍ଭ ଧାରୀ ସ୍ୱୟଂପୂର୍ଣ୍ଣା ନାରୀ

ଏ ସୃଷ୍ଟିରେ ବୈଚିତ୍ର୍ୟମୟୀ ,

ଦଶ ମାସ ଧରି ଉଦର ସମ୍ଭାଳି

ହୋଇ ଥାଏ କାଳଜୟୀ !

ହେ ସନ୍ତାନ ସନ୍ତତି କରୁଛି ବିନତି

ମାଆକୁ ଦେବନି ଦୁଃଖ ,

ଏ ରମ୍ୟ ସୃଷ୍ଟିକୁ ଆଣିଛି ଆମକୁ

କେତେ ବଡ ତା'ର ତ୍ୟାଗ !

ମାତୃ ଦିବସର ଶୁଭ ଅବସରେ

କର ହେ ପ୍ରତିଜ୍ଞା ସର୍ବେ ,

ମାଆକୁ ସମ୍ମାନ ରମ୍ୟ ଉପହାର

ସମର୍ପିବା ଖୁସି ରବେ !

ସଦାନନ୍ଦ ସାହୁ , ଧୁରୁସିଆ , ଆଠଗଡ କଟକ


Rate this content
Log in

Similar oriya poem from Inspirational